28.1 C
Bhubaneswar
Wednesday, June 11, 2025
Homeଦେଶ ବିଦେଶୱାୟାନାଡରେ ଭୂସ୍ଖଳନ ଘଟଣା : ମୃତ୍ୟୁ ସଂଖ୍ୟା ୩୪୪ ଟପିଲା

ୱାୟାନାଡରେ ଭୂସ୍ଖଳନ ଘଟଣା : ମୃତ୍ୟୁ ସଂଖ୍ୟା ୩୪୪ ଟପିଲା

କେରଳ : କେରଳର ୱାୟାନାଡର ମୃତ୍ୟୁ ସଂଖ୍ୟା ୩୪୪ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସର୍ବଶେଷ ଅଦ୍ୟତନ ଅନୁଯାୟୀ କେରଳର ୱାୟାନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୪୪ ଛୁଇଁଛି।ୱାୟନାଡରେ ଭୂସ୍ଖଳନ ପରେ ପଞ୍ଚମ ଦିନରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏପର୍ୟ୍ୟନ୍ତ ୩୪୪ ଲୋକଙ୍କ ମୃତ ହୋଇଥିବେ ବେଳେ ୨୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏମାନଙ୍କୁ ଖୋଜିବା ପାଇଁ ରିଲିଫ ଏବଂ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଏଜେନ୍ସିଗୁଡ଼ିକ ସାହସ ହରାଇ ନାହାଁନ୍ତି। ଶୁକ୍ରବାର ଦିନ ଅନେକ ଜୀବନ୍ତ ଲୋକଙ୍କୁ ମାଟି ତଳୁ ଉଦ୍ଧାର କରାଯାଇଛି। ଏଭଳି ପରିସ୍ଥିତିରେ ସ୍ୱତନ୍ତ୍ର ଟେକ୍ନୋଲୋଜି ସାହାଯ୍ୟରେ ସର୍ଚ୍ଚ ଅପରେସନକୁ ତୀବ୍ର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ସହ ଏ ସଂକ୍ରାନ୍ତରେ କଥା ହୋଇଛନ୍ତି ଏବଂ ଏଲ୍‌ଡିଏଫ୍‌ ସରକାରଙ୍କୁ ସମସ୍ତ ସାହାଯ୍ୟ କରିବେ ବୋଲି ନିଶ୍ଚିତ କରିଛନ୍ତି। ଏଥିସହ ଦଳର କର୍ମୀମାନେ ଉଦ୍ଧାର କାର୍ୟ୍ୟରେ ସହାୟତା କରିବାକୁ ବିଜେପି ମୁଖ୍ୟ ଜେପି ନାଡାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କହିଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପିର ଏକମାତ୍ର କେରଳ ସାଂସଦ କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି।
“ୱାୟାନାଡ଼ର କିଛି ଅଂଶରେ ଭୂସ୍ଖଳନ ହେତୁ ମୁଁ ବିବ୍ରତ। ମୋର ସମବେଦନା ସେହି ସମସ୍ତଙ୍କ ସହ ଅଛି ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଆହତଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ବର୍ତ୍ତମାନ ପ୍ରଭାବିତ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଧାର କାର୍ୟ୍ୟ ଚାଲିଛି। ସେଠାରେ ଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରର ସମ୍ଭାବ୍ୟ ସହାୟତା ଯୋଗାଇ ଦିଅଯିବ’’ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ଆହତମାନଙ୍କୁ ୫୦ ହଜାର ଟଙ୍କା ଦିଆଯିବ।
ଭୂସ୍ଖଳନ ପରେ ରାଡାରା ଡ୍ରୋନ୍‌ ସହାୟତାରେ ମାଟି ତଳେ ଫଶି ରହିଥିବା ଲୋକଙ୍କୁ ଖୋଜାଖୋଜି ଚାଲିଛି। କେବଳ ସେତିକି ନୁହେଁ ସନ୍ଧାନୀ କୁକୁର ସହାୟତା ମଧ୍ୟ ନିଆଯାଇଛି। ବ୍ୟସ୍ତ ଅଛନ୍ତି। ସେନା ୧୯୦ ଫୁଟ ଲମ୍ବର ‘ବେଲି ବ୍ରିଜ୍’ ନିର୍ମାଣ କାର୍ୟ୍ୟ ଶେଷ କରିବା ପରେ ସର୍ଚ୍ଚ ଅପରେସନ୍ ତୀବ୍ର ହୋଇଛି। ଉଦ୍ଧାରକାରୀ ଦଳ ଶୁକ୍ରବାର ଦିନ ଜିପିଏସ୍ କୋର୍ଡିନେଟ୍ ଏବଂ ଡ୍ରୋନ୍ ଚିତ୍ର ବ୍ୟବହାର କରି, ଭୂସ୍ଖଳନ ଘଟିଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ମୋବାଇଲ୍ ଫୋନରୁ ଶେଷ ଲୋକେସନ୍‌କୁ ସର୍ଚ୍ଚ କରି ମାଟି ତଳେ ଫସି ରହିଥିବା ଲୋକଙ୍କୁ ଖୋଜାଖୋଜି ଚଳାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking