27.1 C
Bhubaneswar
Saturday, October 19, 2024
Homeଅପରାଧଖୋଲୁଛି ମାୟାବିନୀ ମୁସ୍କାନ ଗ୍ୟାଙ୍ଗର କଳା ପେଡ଼ି: ଜରିଗୋଟାଳିରୁ ଅପରାଧୀ

ଖୋଲୁଛି ମାୟାବିନୀ ମୁସ୍କାନ ଗ୍ୟାଙ୍ଗର କଳା ପେଡ଼ି: ଜରିଗୋଟାଳିରୁ ଅପରାଧୀ

ଭୁୁବନେଶ୍ୱର: ଧୀରେ ଧୀରେ ଖୋଲୁଛି ମାୟାବିନୀ ମୁସ୍କାନ ଗ୍ୟାଙ୍ଗର କଳା ପେଡ଼ି । ନିଶାଦିଆ ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମୁସ୍କାନ ଓରଫ ସରିଫା ଖାତୁନ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ମୁସ୍କାନ ସମେତ ୪ ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିବା ପରେ ଖୋଳତାଡ଼ ଚଳାଇଛି । ଭୁବନେଶ୍ବର ଷ୍ଟେସନରେ ନିଜ ମାୟାଜାଲରେ ଯାତ୍ରୀଙ୍କୁ ଫସାଇ ଲୁଟୁ ଥିଲା ମୁସ୍କାନ। କିଏ ଏହି ମୁସ୍କାନ ? ଦଶ ବର୍ଷ ତଳେ କୋଲକାତାରୁ ଭୁବନେଶ୍ୱର ଆସିଥିଲା ମୁସ୍କାନ। ପେଟପାଟଣା ପାଇଁ ଜରି ଗୋଟାଉଥିଲା। ହେଲେ ଧୀରେ ଧୀରେ ଅପରାଧ ଦୁନିଆରେ ପାଦ ଥାପିଲା। ନିଜର ରୂପରେ ଟ୍ରେନ ଯାତ୍ରୀଙ୍କୁ ଫସାଇ ଲୁଟିଲା ।
ଆଉ ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓ ନୟାଗଡ଼ର ସାନ ଲଣ୍ଡାକୁ ନେଇ ଗ୍ୟାଙ୍ଗ କରିଥିଲା ମୁସ୍କାନ । ଭୁବନେଶ୍ବର ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡରେ ମାତିଥିଲେ ଥିଲେ ଏହି ନିଶା ଦିଆ ଲୁଟେରା। ଏହି ଗ୍ୟାଙ୍ଗରେ ସାମିଲ ଥିବା ଅଟୋ ବାଲା ମୁସ୍କାନକୁ ନେଇ ଯାତ୍ରୀଙ୍କୁ ଡାକନ୍ତି। ପଛ ସିଟ ରେ ସଜେଇ ହୋଇ ବସିଥାନ୍ତି ମୁସ୍କାନ। ସେ ଯାତ୍ରୀଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତି। ପରେ ଅଟୋ ଚାଳକ ନିଦ ଲାଗୁଚି କହି ଚାହା ପିଇବାକୁ ଅଟକାନ୍ତି। ମୁସ୍କାନ ନିଜ ପାଇଁ ଓ ସାଙ୍ଗ ରେ ଥିବା ଯାତ୍ରୀଙ୍କ ପାଇଁ ଚାହା ମଗାଇ ପିଅନ୍ତି। ଚାରେ ନିଶା ଦେଇଥିବାରୁ ଯାତ୍ରୀ ବେହୋସ୍ ହେବା ପରେ ତାଙ୍କୁ ଲୁଟି ଥାଆନ୍ତି । ମୁସ୍କାନ ନାଁରେ ରହିଛି ଆଠୋଟି ମାମଲା। ନିକଟରେ ସେ ଜେଲରୁ ଫେରିଛି । ତାକୁ ରିମାଣ୍ଡରେ ଆଣି ଏହି ଗ୍ୟାଙ୍ଗ ସମ୍ପର୍କରେ ଅଧିକ ଖୋଳତାଡ କରିବ ପୋଲିସ। ଏହି ଗ୍ୟାଙ୍ଗ ଠାରୁ ବିଭିନ୍ନ ନିଶା ବାଟିକା, ଛୁରୀ ଓ ମୋବାଇଳ ଜବତ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking