32.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଚାକିରି ବଦଳରେ ଜମି ମାମଲା: ୧୬ରେ ଶୁଣାଣି; ଇଡି ଚାର୍ଜସିଟ୍‌ରେ ରାବ୍ରୀ, ମିସା ଓ ହେମାଙ୍କ...

ଚାକିରି ବଦଳରେ ଜମି ମାମଲା: ୧୬ରେ ଶୁଣାଣି; ଇଡି ଚାର୍ଜସିଟ୍‌ରେ ରାବ୍ରୀ, ମିସା ଓ ହେମାଙ୍କ ସମେତ ୭

ନୂଆଦିଲ୍ଲୀ: ବିହାରର ବହୁ ଚର୍ଚ୍ଚିତ ଚାକିରି ବଦଳରେ ଜମି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପୁନର୍ବାର ଏକ ନୂଆ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି । ଏଥିରେ ନୂଆକରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ଅନ୍ୟତମ ଝିଅ ହେମା ଯାଦବଙ୍କ ନାମକୁ ଇଡି ସାମିଲ କରିଛି । ପୂର୍ବରୁ ଇଡି ଚାର୍ଜସିଟ୍‌ରେ ଲାଲୁଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଓ ଝିଅ ମିସା ଭାରତୀଙ୍କ ନାମ ରହିଥିବା ବେଳେ ଏବେ ହେମା ଯାଦବଙ୍କୁ ସାମିଲ କରାଯାଇଛି । ଏମାନଙ୍କ ବ୍ୟତୀତ ହୃଦୟାନନ୍ଦ ଚୌଧୂରୀ, ଅମିତ୍ କଲ୍ୟାଣଙ୍କ ନାମକୁ ମଧ୍ୟ ଏଥିରେ ଯୋଡିଛି । ସେହିପରି ଏହି ମାମଲାରେ ଇଡି ନିଜ ଚାର୍ଜସିଟ୍‌ରେ ଦୁଇଟି କମ୍ପାନୀକୁ ମଧ୍ୟ ଅଭିଯୁକ୍ତ ଭାବେ ଉଲ୍ଲେଖ କରିଛି । ପ୍ରକାଶ, ଇଡି ପକ୍ଷରୁ ମଙ୍ଗଳବାର ଦିନ ଏହି ନୂଆ ଚାର୍ଜସିଟ୍‌କୁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଦାଖଲ କରାଯାଇଛି । ଆସନ୍ତା ୧୬ ତାରିଖରେ ଏହି ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ ତାରିଖ ନିର୍ଦ୍ଧାରିତ କରିଛନ୍ତି ।

ପ୍ରକାଶ, ୨୦୦୪ରୁ ୨୦୦୯ ମଧ୍ୟରେ ବିହାରର ଅନେକ ଯୁବକ, ଯୁବତୀଙ୍କୁ ଭାରତୀୟ ରେଲୱେ ବୋର୍ଡର ବିଭିନ୍ନ ଜୋନ୍‌ରେ ଗ୍ରୁପ୍ ଡି ପଦବୀରେ ନିଯୁକ୍ତି ଦିଆଯାଇଥିଲା । ତେବେ ସେମାନଙ୍କୁ ନିଯୁକ୍ତି ବଦଳରେ ସେମାନଙ୍କ ଜମି ଦେବାକୁ ପଡିଥିଲା । ଏନେଇ ସେତେବେଳେ ଅଭିଯୋଗ ହେବା ପରେ ସିବିଆଇ ଏହି ମାମଲରେ ଚାର୍ଜସିଟ୍ ଦାଖଲ କରିବା ପୂର୍ବକ ତଦନ୍ତ କରିଥିଲା । ତଦନ୍ତ ସମୟରେ ସିବିଆଇକୁ ଲାଲୁ ଯାଦବଙ୍କ ପରିବାର ବିରୋଧରେ ଲାଞ୍ଚ ଗ୍ରହଣ ନେଇ ଅନେକ ବଳିଷ୍ଠ ପ୍ରମାଣ ମିଳିଥିଲା । ପରେ ଇଡି ମଧ୍ୟ ଏହି ମାମଲାରେ ତଦନ୍ତ ପ୍ରକ୍ରିୟା ନିଜ ହାତକୁ ନେଇଥିଲେ । ଇତି ମଧ୍ୟରେ ଏହି ମାମଲାରେ ଲାଲୁଙ୍କ ସମେତ ତାଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ହୃଦୟାନନ୍ଦ ଚୌଧୂରୀ ଓ ଅମିତ୍ କଲ୍ୟାଣଙ୍କୁ ଇଡି ଜେରା କରିସାରିଛି । କିନ୍ତୁ ରାବ୍ରୀ ଦେବୀ, ମିସା ଭାରତୀ ଏବଂ ହେମା ଭାରତୀଙ୍କୁ ଇଡି ସମନ୍ କରିବା ସତ୍ତ୍ୱେ ଏମାନେ ଜେରା ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking