19.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶଦୁର୍ଷ୍କମ ପୀଡିତାଙ୍କୁ ପୁଣି ଥାନାରେ ଦୁର୍ଷ୍କମ, ପୁଲିସ ଅଧିକାରୀ ନିଲମ୍ବିତ

ଦୁର୍ଷ୍କମ ପୀଡିତାଙ୍କୁ ପୁଣି ଥାନାରେ ଦୁର୍ଷ୍କମ, ପୁଲିସ ଅଧିକାରୀ ନିଲମ୍ବିତ

ଲଳିତପୁର: ଉତ୍ତରପ୍ରଦେଶ ଲଳିତପୁର ଥାନା ଭିତରେ ଦୁର୍ଷ୍କମ ପୀଡିତାଙ୍କୁ ପୁଣି ଦୁର୍ଷ୍କମ କରିବା ଅଭିଯୋଗରେ ଯୋଗୀ ସରକାରଙ୍କ କଡା କାର୍ଯ୍ୟାନୁଷ୍ଠାନ । କାନପୁର ପୁଲିସର ଏଡିଜି ପାଲି ଥାନାର ସମସ୍ତ ପୁଲିସ ଅଧିକାରୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଅଭିଯୁକ୍ତ ଇନସ୍ପେକ୍ଟରଙ୍କୁ ନିଲମ୍ବିନ କରାଯାଇଛି । ଝାନ୍ସି ରେଞ୍ଜ ର ଡିଆଇଜି ୨୪ ଘଣ୍ଟା ଭିତରେ ପୁରା ମାମଲା ର ରିପୋର୍ଟ ମାଗିଛନ୍ତି । ୬ ଏସଆଇ, ୬ ହେଡ କନଷ୍ଟେବଳ, ୧୦ ଆରକ୍ଷୀ, ୫ ମହିଳା ଆରକ୍ଷୀ, ଡ୍ରାଇଭର, ଅନୁସରଣକାରୀଙ୍କ ସମେତ ୨୯ ଜଣଙ୍କୁ ହାଜର ହେବା ପାଇଁ କୁହାଯାଇଛି । ରିପୋର୍ଟ ଆସିବା ପରେ ସମସ୍ତ ପୁଲିସ କର୍ମୀ ମାନଙ୍କ ଉପରେ କଠୋର ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନା ଅନୁଯାୟୀ, ୧୩ ବର୍ଷିୟା ନାବାଳିକା କୁ ଦୁର୍ଷ୍କମ କରିବା ଅଭିଯୋଗ ରେ ପାଲି ଥାନା ର ଇନଚାର୍ଜ ଙ୍କ ସହ ୬ ଜଣ ଙ୍କ ଉପରେ ଅଭିଯୋଗ ଲାଗିଛି । ଏହି ମାମଲାରେ ଚାଇଲ୍ଡ ଲାଇନ ର ଅଭିଯୋଗ ପରେ ପୁଲିସ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ପାଲି ଥାନା ର ଦାୟିୁତ୍ୱରେ ଥିବା ତିଲକଧାରୀ ସରୋଜଙ୍କ ସହ ୬ ଜଣଙ୍କ ବିରୁଦ୍ଧ ରେ ମାମଲା ରୁଜୁ କରିଥିଲେ । ତେବେ ପୁଲିସ ଅଧୀକ୍ଷକ ନିଖିଲ ପାଠକଙ୍କ କହିବା ଅନୁସାରେ, ପାଲି ଥାନା ଅଞ୍ଚଳରେ ରହୁଥିବା ୧୩ ବଷିୟା ନାବାଳିକା କୁ ସେହି ଅଞ୍ଚଳର ୪ ଜଣ ଯୁବକ ୨୨ ଅପ୍ରେଲ କୁ ଭୋପାଲ ନେଇ ଯାଇଥିଲେ । ସେଠାରେ ତିନି ଦିନ ଧରି ଦୁର୍ଷ୍କମ କରିଥିଲେ । ତେବେ ତିନି ଦିନ ପରେ ୪ ଜଣ ଅଭିଯୁକ୍ତ ପାଲି ଥାନା ରେ ନାବାଳିକା କୁ ପହଁଚାଇ ଫେରାର ହୋଇଯାଇଥିଲେ । ଏହା ପରେ ପୁଲିସ ଅଧିକାରୀ ନାବାଳିକା କୁ ତାର ମାଉସୀଙ୍କ ସହ ଚାଇଲଡ୍ ଲାଇନକୁ ପଠାଇଥିଲେ ।ଏହାର ଠିକ ଦୁଇ ଦିନ ପରେ ପୁଲିସ ଅଧିକାରୀ ଘଟଣାର ଯାଂଚ କରିବା ବାହାନାରେ୍ ନାବାଳିକା କୁ ଥାନା କୁ ଡାକି ଗୋଟିଏ ରୁମ କୁ ନେଇ ଦୁର୍ଷ୍କମ କରିଥିଲେ । ନାବାଳିକା ଜଣକ ଏ ନେଇ କାଉନସେଲିଂ ସମୟରେ ନିଜ ସହିତ ହୋଇଥିବା ପ୍ରତ୍ୟେକ ଟି ଘଟଣା କହିବା ପରେ ଚାଇଲ୍ଡ ଲାଇନ ଏ ନେଇ ଅଭିଯୋଗ କରିଥିଲେ । ତେବେ ଏହି ଘଟଣା କୁ ନେଇ ସପା ଏବଂ କଂଗ୍ରେସ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସପାର ପ୍ରବକ୍ତା ଅନୁରାଗ ଭଦୈାରିୟା କହିଛନ୍ତି କି, ଉତ୍ତର ପ୍ରଦେଶରେ ମହିଳା ମାନଙ୍କୁ ବର୍ଦ୍ଦି ପିନ୍ଧିଥିବା ଗୁଣ୍ଡା ମାନଙ୍କ କବଳରୁ ରକ୍ଷା କରନ୍ତୁ । ଚନ୍ଦୈାଲି ଘଟଣା ଘଟିବା ପରେ ଏବେ ପୁଣି ଲଲିତ ପୁରରେ ୧୩ ବର୍ଷିୟା ନାବାଳିକା ସହ ଅସଦାଚରଣ ହୋଇଛି । ଯଦି ଉତ୍ତର ପ୍ରଦେଶରେ ରକ୍ଷକ ଭକ୍ଷକ ସାଜନ୍ତି ତେବେ ମହିଳା ମାନେ ନ୍ୟାୟ ପାଇବା ପାଇଁ କେଉଁଠିକୁ ଯିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking