ରାୟପୁର: ଛତିଶଗଡରେ ଲାଲବାହୀନିର ଲଙ୍କାକାଣ୍ଡ । ପୁଣି ନିଜର ଦବଦବା ଜାହିର କଲେ ମାଓବାଦୀ । ରାଜନନ୍ଦଗାଓଁରେ ମାଓବାଦୀଙ୍କ ଗୁଳିରେ ଦୁଇ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ବୋରଟଲାଭ ପୋଲିସ ଷ୍ଟେସନ ଅଞ୍ଚଳର ଗୋଣ୍ଡିଆ ମହାରାଷ୍ଟ୍ରର ଚେକ୍ ପୋଷ୍ଟରେ ଡ୍ୟୁଟିରେ ଥିବାବେଳେ ଯବାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଦୁଇ ଶହୀଦ ଯବାନ ହେଉଛନ୍ତି ହାବିଲଦାର ରାଜେଶ ଏବଂ କନେଷ୍ଟବଳ ଲଲିତ । ଏନେଇ ନକ୍ସଲ ଅପରେସନ୍ ଡିଏସପି ଅଜିତ ଓଙ୍ଗ୍ରେ କହିଛନ୍ତି ଯେ ଆଜି ସକାଳ ସମୟରେ ବୋରଟଲାଭ ପୋଲିସ ଷ୍ଟେସନ ଅଞ୍ଚଳର ଗୋନ୍ଦିଆ ସୀମାରେ ଯବାନଙ୍କ ଦ୍ୱାରା ମୋହବାଇଲ ଚେକ୍ ପୋଷ୍ଟ ସ୍ଥାପନ କରାଯାଇଥିଲା ।
ଚେକିଂ ଜାରି ରହିଥିବା ବେଳେ ମାଓବାଦୀ ଆସି ହଠାତ୍ ଗୁଳି ଚଳାଇବା ଆରମ୍ଭ କରିଥିଲେ ଯବାନଙ୍କ ଉପରକୁ । ଫଳରେ ଘଟଣାସ୍ଥଳରେ ଦୁଇ ଯବାନ ଶହୀଦ ହୋଇଥିଲେ । ଏଥିସହ ଉକ୍ତ ସ୍ଥାନରେ ଥିବା ବାଇକରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ ମାଓବାଦୀ । ଏନେଇ ସୂଚନା ପାଇବା ମାତ୍ରେ ଏକ ସ୍ୱତନ୍ତ୍ର ଫୋର୍ସକୁ ଘଟଣାସ୍ଥଳକୁ ପଠାଯାଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି । ମାଓବାଦୀଙ୍କ ଦ୍ୱାରା ଏହି ବିସ୍ଫୋରଣ ହୋଇଥିବା କୁହାଯାଉଥିବା ବେଳେ ୩ ଜଣ ସିଆରପିଏଫ୍ ଯବାନ ଆହତ ହୋଇଥିଲେ । ଆହତ ହୋଇଥିବା ପାରାମିଲିଟାରୀ ଫୋର୍ସର କୋବ୍ରା ବାଟାଲିୟନ ସେନାଙ୍କୁ ଏୟାରଲିଫ୍ଟ କରାଯାଇ ରାଞ୍ଚିକୁ ସ୍ଥାନାନ୍ତରିତ କରାଯାଇଥିଲା । ବିସ୍ଫୋରଣର ଶିକାର ହୋଇଥିବା ୩ ଯବାନ ହେଉଛନ୍ତି ଅମରେଶ ସିଂ, ସୌରଭ କୁମାର ଓ ସନ୍ତୋଷ ସିଂ ।