25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସରେ ସାମିଲ ହେବେ ଲାଲ୍ କୃଷ୍ଣ ଆଡଭାନୀ

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସରେ ସାମିଲ ହେବେ ଲାଲ୍ କୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ରାମଲାଲା ନିଜ ଗର୍ଭଗୃହରେ ବିରାଜମାନ କରିବେ । ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସରେ ସାମିଲ ହେବେ ଲାଲ୍ କୃଷ୍ଣ ଆଡଭାନୀ। ଆୟୋଜିତ ସମାରୋହରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଆନ୍ଦୋଳନରେ ସବୁଠୁ ଆଗରେ ଥିବା ବିଜେପିର ବରିଷ୍ଠ ନେତା ଲାଲ୍ କୃଷ୍ଣ ଆଡଭାନୀ ମଧ୍ୟ ସାମିଲ ହେବେ । ବିଶ୍ୱ ହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ କାର୍ୟ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଏହି ସୂଚନା ଦେଇଛନ୍ତି । ଭିଏଚପିର କାର୍ୟ୍ୟକାରୀ ଅଧ୍ୟକ୍ଷ କହିଛନ୍ତି ଯେ ଲାଲ୍ କୃଷ୍ଣ ଆଡଭାନୀ ନିଶ୍ଚିତ ରୂପେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ । ତେବେ ସେ ପୂରା କାର୍ୟ୍ୟକ୍ରମରେ ଉପସ୍ଥିତ ରହି ନପାରନ୍ତି । ଅଲୋକ କୁମାର କହିଛନ୍ତି, ‘ଆମେ ଯେତେବେଳେ ତାଙ୍କୁ କାର୍ୟ୍ୟକ୍ରମର ନିମନ୍ତ୍ରଣ ପତ୍ର ଦେବାକୁ ପହଞ୍ଚିଥିଲୁ, ସେତେବେଳେ ସେ ଆମକୁ ଗସ୍ତ ପାଇଁ ବ୍ୟବସ୍ଥା ପଚାରି ବୁଝିଥିଲେ । ଏବଂ ତାଙ୍କୁ ମନ୍ଦିର ଭିତରକୁ କିପରି ନିଆଯିବ ତାହା ପଚାରି ବୁଝିଥିଲେ । ଅଯୋଧ୍ୟା ନ ଆସିବା ବାବଦରେ ତାଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନଥିଲା’। ଉଲ୍ଲେଖଯୋଗ୍ୟ ଯେ ରାମ ମନ୍ଦିର ଆନ୍ଦୋଳର ଅଗ୍ରଣୀ ନେତା ଲାଲ୍ କୃଷ୍ଣ ଅଡଭାନୀଙ୍କୁ ସମାରୋହରେ ସାମିଲ ହେବା ପାଇଁ ପୂର୍ବରୁ ନିମନ୍ତ୍ରଣ ଦିଆଯାଇଛି । କିନ୍ତୁ ତାଙ୍କ ବୟସ ଦୃଷ୍ଟିରୁ ସେ ଅଯୋଧ୍ୟା ଆସିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking