17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଲକ୍ଷାଦ୍ୱୀପ ସାଂସଦ ମହମ୍ମଦ ଫୈଜଲ୍ ଅଯୋଗ୍ୟ ଘୋଷିତ

ଲକ୍ଷାଦ୍ୱୀପ ସାଂସଦ ମହମ୍ମଦ ଫୈଜଲ୍ ଅଯୋଗ୍ୟ ଘୋଷିତ

ନୂଆଦିଲ୍ଲୀ : ଲକ୍ଷାଦ୍ୱୀପର ଏନ୍‌ସିପି ସାଂସଦ ମହମ୍ମଦ ଫୈଜଲ୍‌ଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି । ଏକ ହତ୍ୟା ଉଦ୍ୟମ ଅଭିଯୋଗରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ପରେ ସମ୍ବିଧାନର ଅନୁଚ୍ଛେଦ ୧୦୨ (୧) (ଇ) ବ୍ୟବସ୍ଥା ଏବଂ ଜନପ୍ରତିନିଧି ଆଇନ ୧୯୫୧ର ଧାରା ୮ ଅଧୀନରେ ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ କରାଯାଇଛି । ଶୁକ୍ରବାର ଲୋକସଭା ସଚିବାଳୟ ପକ୍ଷରୁ ଜାରି ଏକ ଅଧ୍ୟାଦେଶରେ ଏହା କୁହାଯାଇଛି । ସେହିପରି କୋର୍ଟ ଦ୍ୱାରା ଦଣ୍ଡାଦେଶ ଘୋଷଣା ଅର୍ଥାତ୍ ଜାନୁଆରୀ ୧୧ ତାରିଖରୁ ତାଙ୍କ ସଦସ୍ୟତା ରଦ୍ଦ ହୋଇଥିବା ଏଥିରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking