18.1 C
Bhubaneswar
Wednesday, November 20, 2024
Homeଦେଶ ବିଦେଶଯୁବତୀଙ୍କୁ ଅପହରଣ ପରେ ୧୦ ଦିନ ଯାଏ....

ଯୁବତୀଙ୍କୁ ଅପହରଣ ପରେ ୧୦ ଦିନ ଯାଏ….

ନୂଆଦିଲ୍ଲୀ : ଲୋନ୍ କିସ୍ତି ଟଙ୍କା ଦେଇ ନପାରିବାରୁ ମହିଳାଙ୍କୁ ପ୍ରଥମେ ଅପହରଣ ପରେ ଦୁଷ୍କର୍ମ । ଅଭିଯୁକ୍ତ ଜଣକ ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଏହାକୁ ଭାଇରାଲ୍ କରିବାର ଧମକ ଦେଇ ୧୦ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜସ୍ଥାନରୁ ଏଭଳି ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ, ଚୁରୁର ରାଜଲଦେସର ଥାନା ଅଞ୍ଚଳଳ ଏକ ଗାଁର ୨୫ ବର୍ଷୀୟ ବିବାହିତା ମହିଳା ଲୋନ୍ ଶୁଝି ନପାରିବାରୁ ତାଙ୍କୁ ଅପହରଣ କରାଯାଇଥିଲା । ଏହାପରେ ଚା’ରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ବେହୋସ କରାଯାଇଥିଲା ଓ ପରେ ତାଙ୍କୁ ଦିଲ୍ଲୀ ଅଣାଯାଇଥିଲା । ସେଠାରେ ଅଭିଯୁକ୍ତ ଜଣକ ମହିଳାଙ୍କ ଅଶ୍ଳୀଳ ଭିଡିଓ କରିଥିଲେ । ଏହାପରେ ଏହାକୁ ଭାଇରାଲ୍ କରିବାର ଧମକ ଦେଇ ଅଭିଯୁକ୍ତ ୧୦ ଦିନ ପର୍ଯ୍ୟନ୍ତ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ସଞ୍ଜୟ ମେଘୱାଲ୍ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ସୂଚନା ଅନୁଯାୟୀ, ମହିଳା ସମୂହରୁ ସମ୍ପୃକ୍ତ ମହିଳା ଲୋନ୍ ଆଣିଥିଲେ । ଲୋନ୍‌ର କିସ୍ତି ଟଙ୍କା ସେ ସଞ୍ଜୟ ମେଘୱାଲ୍‌ଙ୍କୁ ଦେଉଥିଲେ । ତେବେ ଲକ୍‌ଡାଉନ୍ ଯୋଗୁ ଆର୍ôଥକ ସ୍ଥିତି ଖରାପ ହେବା ଫଳରେ ମହିଳା ଜଣକ ଗତ କିଛିମାସ ଧରି କିସ୍ତି ଟଙ୍କା ଆଉ ଦେଇପାରିନଥିଲେ । ସଞ୍ଜୟ ଉକ୍ତ ମହିଳାଙ୍କୁ ଫୋନ୍ କରି ଶ୍ରୀଡୁଙ୍ଗରଗଡ଼ ଡକାଇଥିଲେ । ହେଲେ ମହିଳା ଜଣକ ଯାଇନଥିଲେ । ଦିନେ ସମ୍ପୃକ୍ତ ମହିଳା ଗାଁକୁ ଯାଉଥିବାବେଳେ ମେଘୱାଲ୍ ବସ୍‌ଷ୍ଟାଣ୍ଡ ଆସି ମହିଳାଙ୍କୁ ଲୋନ୍ କିସ୍ତି ଟଙ୍କା ମାଗିଥିଲେ । ଏହି ସମୟରେ ସେ ମହିଳାଙ୍କୁ ଚା’ ଦେଇଥିଲେ । ଚା’ ପିଇବା ପରେ ମହିଳା ଜଣକ ବେହୋସ ହୋଇପଡ଼ିଥିଲେ । ହୋସ୍ ଆସିବା ପରେ ମହିଳା ଜଣକ ଜାଣିବାକୁ ପାଇଲେ ସେ ଦିଲ୍ଲୀରେ ଅଛନ୍ତି । ଘରେ ଛାଡ଼ିବା ପାଇଁ ଯେତେବେଳେ ସେ ମେଘୱାଲ୍‌ଙ୍କୁ କହିଥିଲେ । ମେଘୱାଲ୍ ତାଙ୍କୁ ବନ୍ଧକ କରି ୧୦ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣକ ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ଏହାକୁ ଭାଇରାଲ୍ କରିବାର ଧମକ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘରେ ନପହଞ୍ଚିବାରୁ ମହିଳାଙ୍କ ପରିବାର ଲୋକେ ରାଜଲଦେସର ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ । ଏହାପରେ ପୋଲିସ୍ ଦିଲ୍ଲୀରୁ ମହିଳାଙ୍କୁ ଉଦ୍ଧାର କରିଥିଲା । ମହିଳାଙ୍କୁ ମେଡିକାଲ୍ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଛାନ୍‌ଭିନ୍ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking