ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଛନ୍ତି ଅର୍ଚ୍ଚନା । ଆଜି ଜାମିନ ଉପରେ ଶୁଣାଣି ହେବ । ପୂର୍ବରୁ ନିଜ ଓକିଲଙ୍କୁ ଭିସି ଜରିଆରେ ଚିହ୍ନଟ କରିଥିଲେ ଅର୍ଚ୍ଚନା । ଖବର ଅନୁଯାୟୀ. ବ୍ଲାକ୍ମେଲିଂ ମାମଲାରେ ଗିରଫ ଅର୍ଚ୍ଚନା ନାଗର ଜାମିନ ଆବେଦନ ଖାରଜ କରିଥିଲେ ଅଦାଲତ। ଅର୍ଚ୍ଚନା କୌଣସି ଓକିଲଙ୍କୁ ନିଯୁକ୍ତ କରି ନ ଥିଲେ ମଧ୍ୟ ତାଙ୍କ ପାଇଁ ୧୩ ଓକିଲ ଆବେଦନ କରିଥିବା ସୂଚନା ମିଳିଥିଲା। ଶେଷରେ ଅର୍ଚ୍ଚନା ଭିସି ମାଧ୍ୟମରେ ଏସଡିଜେଏମ୍ କୋର୍ଟରେ ଦେବାଶିଷ ମହାପାତ୍ରଙ୍କୁ ତାଙ୍କ ସପକ୍ଷରେ ଲଢ଼ିବା ପାଇଁ ସୁଯୋଗ ଦେଇଥିଲେ। ତେବେ ଦେବାଶିଷ ତାଙ୍କ ମହକିଲ ଅର୍ଚ୍ଚନାଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ଉଲ୍ଲେଖ କରି ଜାମିନ ପାଇଁ କରିଥିବା ଆବେଦନକୁ ଗ୍ରହଣ କରିନଥିଲେ। ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ କହିଥିଲେ, ଏହି ମାମଲାରେ ପୁଲିସ ତାଙ୍କ ମହକିଲଙ୍କ ବିରୋଧରେ କଣ ପ୍ରମାଣ ଯୋଗାଡ଼ କରି କୋର୍ଟରେ ଦାଖଲ କରିଛି ତାହା ସେ ଜାଣି ନାହାନ୍ତି। ସମସ୍ତ ଦସ୍ତାବିଜ୍ ସେ ପାଇବା ପରେ ସେହି ଅନୁସାରେ ମାମଲା ପରିଚାଳନା କରାଯିବ ବୋଲି ଦେବାଶିଷ କହିଥିଲେ।