ନୂଆଦିଲ୍ଲୀ : ଶ୍ରୀଦେବୀଙ୍କ ପୁରୁଣା ଫଟୋସୁଟର ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଅଭିନେତ୍ରୀଙ୍କ ଫ୍ୟାନ୍ସ ତାଙ୍କର କିଛି ଫଟୋ କାଇଲି ଜେନେରଙ୍କ ଲାଟେଷ୍ଟ ଫଟୋ ସହିତ ସେୟାର କରିଛନ୍ତି। ଶ୍ରୀଦେବୀଙ୍କ ଫ୍ୟାନ୍ସ ଜୋର ଦେଉଛନ୍ତି କି ନିକଟରେ ଏକ ଇଭେଣ୍ଟରେ କାଇଲି ପିନ୍ଧିଥିବା ସିଲଭର୍ ଟପ୍ ଭାରତୀୟ ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଆଉଟଫିଟ୍ରୁ ଅନୁପ୍ରାଣିତ ହୋଇଛି। ଯାହାକୁ ଦିନେ ଶ୍ରୀଦେବୀ ପିନ୍ଧିଥିଲେ।
କେତେକ ସୋସିଆଲ ମିଡିଆ ୟୁଜର୍ସ ଉଭୟ ସେଲିବ୍ରିଟିଙ୍କ ଲୁକ୍କୁ ତୁଳନା କରି ଏକ କୋଲାଜ ସେୟାର କରିଛନ୍ତି। ଯେଉଁଥିରେ ଶ୍ରୀଦେବୀଙ୍କ ଫଟୋକୁ ୧୯୯୦ ମସିହାର କୁହାଯାଉଥିବାବେଳେ ଅନ୍ୟଟି ୨୦୨୨ ର କୁହାଯାଉଛି। କାଇଲି ଏବଂ ଶ୍ରୀଦେବୀଙ୍କ ଫଟୋ ସେୟାର କରି ଜଣେ ଫ୍ୟାନ୍ସ କ୍ୟାପସନରେ ଲେଖିଛନ୍ତି, ‘ଏହା ପ୍ରମାଣ ଯେ ଷ୍ଟାଇଲ୍ ଏବଂ ଫ୍ୟାଶନ୍କୁ ବୁଝିବା ମାମଲାରେ ଶ୍ରୀଦେବୀ ତାଙ୍କ ସମୟଠାରୁ ବହୁ ଆଗରେ ଥିଲେ।’