26.1 C
Bhubaneswar
Saturday, October 19, 2024
Homeଓଡିଶାକୁସୁମ୍ ଟେଟେଙ୍କ ବିଧାୟକ ପଦ ରଦ୍ଦ ଆବେଦନ ଖାରଜ

କୁସୁମ୍ ଟେଟେଙ୍କ ବିଧାୟକ ପଦ ରଦ୍ଦ ଆବେଦନ ଖାରଜ

କଟକ: ରାଜ୍ୟର ସୁନ୍ଦରଗଡ ବିଧାନସଭା-୯ ଆସନରୁ ବିଜୟଲାଭ କରିଥିବା ବିଧାୟିକା କୁସୁମ ଟେଟେଙ୍କ ମନୋନୟନ ପତ୍ରରେ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ଆଣି ତାଙ୍କ ସଦସ୍ୟ ପଦ ରଦ୍ଦ କରିବାକୁ ହୋଇଥିବା ଆବେଦନ ଆଜି ହାଇକୋର୍ଟରେ ଖାରଜ ହୋଇଯାଇଛି । ଆବେଦନକାରୀ ଜଗଦୀପ୍ ପ୍ରତାପ ଦେଓଙ୍କ ପକ୍ଷରୁ ରୁଜୁ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥଙ୍କ ଇଜିଲାସ ଉକ୍ତ ଆବେଦନକୁ ଖାରଜ କରି ଦେଇଛନ୍ତି । ଏଥିସହିତ ବିଧାୟିକାଙ୍କୁ କୌଣସି ଆଇନଗତ ଯଥାର୍ଥ କାରଣ ନଥାଇ ତାଙ୍କୁ ମୋକଦ୍ଦମାକୁ ଭିତରକୁ ଆଣିଥିବାରୁ ଆବେଦନକାରୀଙ୍କୁ ଏଥି ପାଇଁ ହାଇକୋର୍ଟ ୧୫ ହଜାର ଟଙ୍କାର କଷ୍ଟ୍ କରିଛନ୍ତି । ଆବେଦନକାରୀ ଉପରୋକ୍ତ ଅର୍ଥରାଶି କୁସୁମ୍ ଟେଟେଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଆବେଦନକାରୀ ଜଗଦୀପ୍ ପ୍ରତାପ ଦେଓ ସୁନ୍ଦରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ଜଣେ ଭୋଟର । ତେବେ ଗତ ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଧାୟିକା କୁସୁମ୍ ଟେଟେ ଗତ ୨୦୧୯ ମସିହା ମାର୍ଚ୍ଚ ୨୬ ତାରିଖରେ ଦାଖଲ କରିଥିବା ତାଙ୍କ ମନୋନୟନ ପତ୍ରରେ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । କୁସୁମ୍ ଟେଟେ ମନୋନୟନ ପତ୍ର ଦାଖଲବେଳେ ସେ କୌଣସି ରାଜ୍ୟ ସରକାର ଅଥବା କେନ୍ଦ୍ର ସରକାରଙ୍କ ଅଧିନରେ କୌଣସି ଲାଭଜନକ ପଦ ପଦବୀରେ ରହିନଥିବା ସମ୍ପର୍କରେ ତାଙ୍କ ସତ୍ୟପାଠରେ ଦର୍ଶାଇଥିଲେ ।

ତେବେ ଅଭିଯୋଗ ଅନୁସାରେ ୨୦୧୭ ମସିହା ନଭେମ୍ବର ୯ ତାରିଖ ବିଜ୍ଞପ୍ତି ମୁତାବକ ସେ ଦୁଇ ବର୍ଷ ନିମନ୍ତେ ସୁନ୍ଦରଗଡ ସ୍ୱତନ୍ତ୍ର ବିକାଶ ପରିଷଦର ଉପାଧ୍ୟକ୍ଷା ପଦବୀରେ ରହିଥିଲେ । ଏହି ଅବଧି ପୁରଣ ପରେ ପୁଣିଥରେ ୨୦୧୯ ମସିହା ଫେବୃୟାରୀ ୪ ତାରିଖର ବିଜ୍ଞପ୍ତି ଅନୁସାରେ ସେ ସୁନ୍ଦରଗଡ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ । ଏଣୁ ସେ ସତ୍ୟପାଠରେ ମିତ୍ୟା ତଥ୍ୟ ଦେଇଥିବାରୁ ତାଙ୍କ ବିଧାୟକ ପଦ ରଦ୍ଦ କରିବାକୁ ହାଇକୋର୍ଟ ଆଦେଶ ଦିଅନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking