25.1 C
Bhubaneswar
Monday, October 21, 2024
Homeଖେଳକୁମ୍ବଲେଙ୍କୁ ଟପିଲେ ଅଶ୍ୱିନ୍‌

କୁମ୍ବଲେଙ୍କୁ ଟପିଲେ ଅଶ୍ୱିନ୍‌

ନୂଆଦିଲ୍ଲୀ : ଶୁକ୍ରବାର ଚଳିତ ବର୍ଡର୍‌-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ୍‌ର ଦ୍ୱିତୀୟ ଦିନରେ ଭାରତର ଭେଟେରାନ୍ ଅଫ୍‌ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ୬ଟି ୱିକେଟ୍ ନେଇ ସିରିଜ୍‌ରେ ସର୍ବାଧିକ ୱିକେଟ୍ ଦଖଲକାରୀ ବୋଲର୍ ହୋଇଛନ୍ତି । ସେ ଅଦ୍ୟାବଧି ୨୪ଟି ୱିକେଟ୍ ନେଇ ତାଙ୍କ ଯୋଡ଼ିଦାର ରବୀନ୍ଦ୍ର ଜାଡେଜା (୨୨)ଙ୍କୁ ଅତ୍‌ିକ୍ରମ କରିଛନ୍ତି ।

ସେହିପରି ଘରୋଇ ମାଟିରେ ନିଜର ୫୬ତମ ଟେଷ୍ଟ୍ ଖେଳୁଥିବା ଅଶ୍ୱିନ୍ ତାଙ୍କର ୨୬ତମ ୫ ୱିକେଟ୍‌ର ସଫଳତା ଅର୍ଜନ ପୂର୍ବକ କିମ୍ବଦନ୍ତୀ ସ୍ପିନର୍ ଅନୀଲ କୁମ୍ବଲେଙ୍କୁ ଟପିବାରେ ସକ୍ଷମ ହୋଇଛନ୍ତି । ଅଷ୍ଟ୍ରେଲୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଟଡ୍ ମର୍ଫିଙ୍କୁ ଆଉଟ୍ କରି ଏହି ସଫଳତା ଅର୍ଜନ କରିଥିଲେ । ଘରୋଇ ମାଟିରେ ସର୍ବାଧିକ ୫ ୱିକେଟ୍‌ର ସଫଳତା କ୍ଷେତ୍ରରେ ଅଶ୍ୱିନ୍ ତୃତୀୟ ସ୍ଥାନରେ ରହିଛନ୍ତି ।

ଏହି ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ଯଥାକ୍ରମେ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର୍ ମୁଥିୟା ମୁରଲୀଧରନ୍ ଓ ରଙ୍ଗନା ହେରାଥ୍ ରହିଛନ୍ତି । ମୁରଲୀଧରନ୍ ୭୩ଟି ଟେଷ୍ଟ୍‌ରେ ୪୫ ଥର ୫ ୱିକେଟ୍ ନେଇଥିବା ବେଳେ ହେରାଥ୍ ୪୯ଟି ଟେଷ୍ଟ୍‌ରେ ୨୬ ଥର ୫ ୱିକେଟ୍ ନେଇପାରିଛନ୍ତି । କୁମ୍ବଲେ ୫୩ଟି ମ୍ୟାଚ୍‌ରେ ୨୫ ଥର ୫ ୱିକେଟ୍‌ର ସଫଳତା ପାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking