18.1 C
Bhubaneswar
Sunday, November 17, 2024
Homeଓଡିଶାଜେଲ ଗଲେ କୁବେର ଡିଏଫ୍‌ଓ; ଆୟଠାରୁ ୨୦୬ ଗୁଣ ଅଧିକ ସମ୍ପତ୍ତି ଠୁଳ

ଜେଲ ଗଲେ କୁବେର ଡିଏଫ୍‌ଓ; ଆୟଠାରୁ ୨୦୬ ଗୁଣ ଅଧିକ ସମ୍ପତ୍ତି ଠୁଳ

ଭୁବନେଶ୍ୱର: ଶେଷରେ ଜେଲ ଗଲେ ରାୟଗଡ଼ାର ପେରିଫେରିଆଲ ଡିଏଫ୍‌ଓ ବିଜୟ କୁମାର ପରିଡ଼ା । ଗୁରୁବାର ତାଙ୍କର ବିଭିନ୍ନ ଠିକଣା ଉପରେ ଚଢ଼ଉ କରାଯାଇ କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା । ଯାହାର ପରିମାଣ ତାଙ୍କ ଆୟ ଠାରୁ ୨୦୬ ଗୁଣା ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି । ସେ ତାଙ୍କ ଆୟର ହିସାବ ସଠିକ ଭାବେ ଦେଇ ପାରି ନ ଥିଲେ । ସେ ଏତେଗୁଡିଏ ଟଙ୍କାର ସମ୍ପତ୍ତି କିଭଳି ଠୁଳ କଲେ । ଆୟର ଅନ୍ୟ ସ୍ରୋତ କଣ ବୋଲି କହି ପାରି ନଥିଲେ । ଯାହା ଫଳରେ ଭିଜିଲାନ୍ସ ତାଙ୍କୁ ଗିରଫ କରି ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟକୁ ଚାଲାଣ କରିଥିଲା । ତାଙ୍କ ଜାମୀନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ଭିଜିଲାନ୍ସର ୭ଟି ଟିମ ଡିଏଫଓ ପରିଡ଼ାଙ୍କ ମୋଟ ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ । ଏହି ସମୟରେ ଡିଏଫ୍‌ଓଙ୍କ ବହୁ କୋଟିର କୁବେର ଖଜାନାକୁ ଭିଜିଲାନ୍ସ କର୍ମଚାରୀମାନେ ଠାବ କରିବାରେ ସକ୍ଷମ ହୋଇଥିଲେ । ଏହି ସମ୍ପତ୍ତି ମଧ୍ୟରେ ରହିଥିଲା କଟକ ସ୍ଥିତ ଶ୍ରକୋରୁଆଁ ଗ୍ରାମରେ ୯ ହଜାର ୫ଶହ ସ୍କ୍ରୋୟାର ଫୁଟ ଜମିରେ ଛିଡା ହୋଇଥିବା ଅର୍ଦ୍ଧନିର୍ମୀତ ୪ ମହଲା ବିଶିଷ୍ଟ ଘର । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି । ସେହିପରି ଭୁବନେଶ୍ୱରର ପଳାଶୁଣୀ ସ୍ଥିତ ୩ ମହଳା ବିଶିଷ୍ଟ ଘର ଏବଂ ପଟିଆ କଳାରାହାଙ୍ଗ ସ୍ଥିତ ଫ୍ଲାଟ୍ । ଭୁବନେଶ୍ୱର, କଟକ, ପୁରୀ ଏବଂ ଯାଜପୁରରେ ୧୬ଟି ପ୍ଲଟ୍ ରହିଛି । ଚଢାଉ ବେଳେ ତାଙ୍କ ଘରୁ ମୋଟ ୧ ଲକ୍ଷ ୨୪ ହଜାର ଟଙ୍କା, ୬୫୦ ଗ୍ରାମ୍ ସୁନା, ଗୋଟିଏ କାର, ଦୁଇଟି ବାଇକ ଭିଜିଲାନ୍ସ ହାତରେ ଲାଗିଛି । ଏହାସତ୍ୱେ ବ୍ୟାଙ୍କ ଏବଂ ଡାକ ଜମା ଏବଂ ଇନ୍ସୁରାନ୍ସର ପଲିସିର ସେ ମାଲିକ ଅଟନ୍ତି । ତେବେ ଆଜି ମଧ୍ୟ ଆଉ ଗୋଟିଏ ପ୍ଲାଟ୍ ଭିଜିଲାନ୍ସ ପକ୍ଷରୁ ଠାବ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking