24.6 C
Bhubaneswar
Sunday, April 12, 2026
Homeଦେଶ ବିଦେଶକୋଲକାତା ଟ୍ରାଜେଡି: ୭ ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ଆରମ୍ଭ; ସନ୍ଦୀପ ଘୋଷ ବିରୋଧରେ ଚାର୍ଜସିଟ୍ ଦାଖଲ...

କୋଲକାତା ଟ୍ରାଜେଡି: ୭ ଅଭିଯୁକ୍ତଙ୍କ ପଲିଗ୍ରାଫ୍ ଟେଷ୍ଟ ଆରମ୍ଭ; ସନ୍ଦୀପ ଘୋଷ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

କୋଲକାତା: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ପାଇଁ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ଆସୁଥିବା ନୂଆ ନୂଆ ଅଭିଯୋଗଜନିତ ପ୍ରମାଣ ତାଙ୍କୁ ଅଧିକରୁ ଅଧିକ ବିବାଦୀୟ କରିବାରେ ଲାଗିଛି। ରିପୋର୍ଟ ଅନୁସାରେ ସିବିଆଇ ପକ୍ଷରୁ ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ମାମଲା ରୁଜୁ କରାଯାଇଛି। ତାଙ୍କ କାର୍ଯ୍ୟକାଳ ସମୟରେ ହସ୍ପିଟାଲରେ ବ୍ୟାପକ ଆର୍ôଥକ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଛି। ଏକଥା ଜଣାପଡିବା ପରେ ସିବିଆର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ତାଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି। ଏଥିସହ ଏହାର ଏକ ନକଲକୁ ସିଜେଏମ୍ କୋର୍ଟରେ ସିବିଆଇ ଦାଖଲ କରିଛି। ସୁତରାଂ ସେ କୌଣସି ମୁହୂର୍ତ୍ତରେ ମଧ୍ୟ ଗିରଫ ହୋଇପାରନ୍ତି ବୋଳି ଆଶଙ୍କା ସୃଷ୍ଟି ହୋଇଛି।

ଅନ୍ୟପକ୍ଷେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୭ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ ଆଜି ଠାରୁ ଆରମ୍ଭ ହୋଇଛି। ଏମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ, ସନ୍ଦୀପ ଘୋଷ, ୪ ଜୁନିଅର ଡାକ୍ତର ଏବଂ ଜଣେ କେୟାର ଟେକର ରହିଛନ୍ତି। ଜେଲ୍ ପରିସରରେ ହିଁ ସଞ୍ଜୟର ପଲିଗ୍ରାଫ୍ ଟେଷ୍ଟ କରାଯାଇଛି। ସେହିପରି ସନ୍ଦୀପ ଘୋଷଙ୍କର ପଲିଗ୍ରାଫ୍ ଟେଷ୍ଟରେ ତାଙ୍କୁ ସିବିଆଇ ପ୍ରାୟ ୨୫ଟି ପ୍ରଶ୍ନ କରିଥିବା ଜାଣିବାକୁ ମିଳିଛି। ସିବିଆଇର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ସନ୍ଦୀପଙ୍କ ପଲିଗ୍ରାଫ୍ ଟେଷ୍ଟ କରିଥିଲେ। ପ୍ରକାଶ, ଗତ ୮ ଦିନ ମଧ୍ୟରେ ସନ୍ଦୀପଙ୍କୁ ସିବିଆଇ ପ୍ରାୟ ୧୦୦ ଘଣ୍ଟା ଧରି ଜେରା କରିଛି। ତେବେ ଅଭିଯୁକ୍ତମାନଙ୍କର ମନ୍ତବ୍ୟ ମେଳ ଖାଉନଥିବାରୁ ସିବିଆଇ ସତ୍ୟାସତ୍ୟ ଜାଣିବା ଲାଗି ସେମାନଙ୍କର ପଲିଗ୍ରାଫ ପରୀକ୍ଷା କରିବାକୁ କୋର୍ଟରେ ଆବେଦନ କରିଥିଲା, ଯାହାକୁ ଗତ ଶୁକ୍ରବାର କୋର୍ଟ ଅନୁମୋଦନ କରିଥିଲେ।

ପ୍ରକାଶ, ମେଡିକାଲ କଲେଜର ପୂର୍ବତନ ଡେପୁଟି ଅଧ୍ୟକ୍ଷ ଅଖତର ଅଲ୍ଲୀ ପ୍ରଥମେ ସନ୍ଦୀପଙ୍କ ବିରୋଧରେ ଆର୍ôଥକ ଅନିୟମିତତାର ଅଭିଯୋଗ ଆଣିଥିଲେ। ଆରଜି କର ମେଡିକାଲ କଲେଜରେ ସନ୍ଦୀପ ଘୋଷ ୨୦୨୧ରେ ପ୍ରିନ୍ସିପାଲ ହେବା ଦିନ ଠାରୁ ନିଜର ମନମାନୀ କରିବା ସହ ଆର୍ôଥକ ହେରଫେର କରିଚାଲିଥିଲେ। କେବଳ ସେତିକି ନୁହେଁ ପିଲାମାନଙ୍କୁ ଧମକ ଦେବା, ହଇରାଣ କରିବା ରୀତିମତ ଚାଲିଥିଲା। ନିର୍ଦ୍ଦିଷ୍ଟ କିଛି ଛାତ୍ରଙ୍କୁ ହାତରେ ରଖି ସେ ଅରାଜକତା ଚଳାଇଲେ। ତାଙ୍କର କିଛି ବନ୍ଧୁ ଓ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ଝିଅ ଆଣି ଆସୁଥିଲେ। ଆରଜି କର ଗେଷ୍ଟହାଉସ୍‌କୁ ଝିଅ ଆଣି ଯୋଗାଇଦେଉଥିଲେ।

ଆର୍ଥିକ ଅନିୟମିତତା ମାମଲାର ତଦନ୍ତ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ୱାରା କରାଇବାକୁ ଏବଂ ଅନ୍ୟ ଅପରାଧର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ଅଖତର ଅଲ୍ଲୀ ଦାବି କରିଥିଲେ। ଅନ୍ୟପକ୍ଷେ ମହିଳା ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସହ ସିବିଆଇ ଯେତେବେଳେ ସନ୍ଦୀପଙ୍କ ଆର୍ôଥକ ଦୁର୍ନୀତିର ମଧ୍ୟ ଖୋଳତାଡ କରିବା ଆରମ୍ଭ କରିଥିଲା ସେତେବେଳେ ସେ ହସ୍ପିଟାଲକୁ ଆସୁଥିବା ମୃତଦେହଗୁଡ଼ିକୁ ବିକ୍ରି କରି ଅର୍ଥ ରୋଜଗାର କରୁଥିବା ଭଳି ସଂଗୀନ୍ ଅପରାଧର ପ୍ରମାଣ ମିଳିଥିଲା। ଏବେ ଏବେ ହସ୍ପିଟାଲରେ ଦେହବ୍ୟବସାୟ ର‌୍ୟାକେଟ୍ ମଧ୍ୟ ଚାଲୁଥିବା ବୋଲି ଜଣାପଡିଛି। ପ୍ରଥମେ ଏସବୁ ମାମଲାରେ ତଦନ୍ତ କରୁଥିବା ଏସ୍‌ଆଇଟି ସମସ୍ତ ଆବଶ୍ୟକ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିଛି। ସିବିଆଇ ଏସବୁ ଦସ୍ତାବିଜ ପାଇବା ପରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking