ନୂଆଦିଲ୍ଲୀ : ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ୍ର ତୃତୀୟ ଦିନରେ ଶନିବାର ଭାରତର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ୫୯ ରନ୍ରେ ଅପରାଜିତ ରହିବା ସହ ଘରୋଇ ମାଟିରେ ତାଙ୍କର ଟେଷ୍ଟ୍ ରନ୍କୁ ୪ ହଜାରରେ ପହଞ୍ଚାଇଛନ୍ତି । ତୃତୀୟ ଦିନର ଅନ୍ତିମ ସେସନ୍ରେ ଏହି ସଂଖ୍ୟକ ରନ୍ ପୂରଣ କରିବାରେ କୋହଲି ପଞ୍ଚମ ଭାରତୀୟ ହୋଇଛନ୍ତି । ଘରୋଇ ମାଟିରେ ଏହା କୋହଲିଙ୍କର ୫୦ତମ ଟେଷ୍ଟ୍ ଥିବା ବେଳେ ଅଦ୍ୟାବଧି ସେ ଏହି ମ୍ୟାଚ୍ଗୁଡ଼ିକରେ ୫୦ ହାରରେ ରନ୍ ସଂଗ୍ରହ କରିଛନ୍ତି ।
ତାଲିକାର ଶୀର୍ଷରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର ରହିଛନ୍ତି, ଯିଏକି ଘରୋଇ ମାଟିରେ ୯୪ଟି ଟେଷ୍ଟ୍ ଖେଳି ୫୨.୬୭ ହାରରେ ୭୨୧୬ ରନ୍ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ଥିବା ରାହୁଲ୍ ଦ୍ରାବିଡ ୭୦ ଟେଷ୍ଟ୍ରେ ୫୧.୩୫ ହାରରେ ୫୫୯୮, ତୃତୀୟ ସ୍ଥାନରେ ଥିବା ସୁନୀଲ ଗାଭାସ୍କର ୬୫ ଟେଷ୍ଟ୍ରେ ୫୦୬୭ ଓ ଚତୁର୍ଥ ସ୍ଥାନରେ ଥିବା ବୀରେନ୍ଦ୍ର ସେହ୍ୱାଗ୍ ୫୨ ଟେଷ୍ଟ୍ରେ ୪୬୫୬ ରନ୍ କରିଛନ୍ତି ।