ନୂଆଦିଲ୍ଲୀ : ଆସନ୍ତା ୧୧ ତାରିଖରୁ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ସିରିଜ ନିର୍ଣ୍ଣାୟକ ତୃତୀୟ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି । ଏବେ ବିରାଟ କୋହଲି ଏହି ମ୍ୟାଚ ଖେଳିବେ । ପୂର୍ବରୁ ଆହତ ସମସ୍ୟା ନେଇ ଦ୍ୱିତୀୟ ଟେଷ୍ଟରୁ ବାଦ ପଡିଥିଲେ କିନ୍ତୁ ତୃତୀୟ ଟେଷ୍ଟରେ ଫିଟ ଆଉ ଫାଇନ ଥିବାରୁ ସେ ଏହି ମ୍ୟାଚ ଖେଳିବେ । ଏ ନେଇ କୋଚ ରାହୁଲ ଦ୍ରାବିଡ ସ୍ପଷ୍ଟ କରିଛନ୍ତି ।
ଦ୍ରାବିଡ କହିଛନ୍ତି ବିରାଟ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସେ ଏବେ ତୃତୀୟ ମ୍ୟାଚ ଖେଳିପାରିବେ । ବିରାଟ ଦ୍ୱିତୀୟ ମ୍ୟାଚରୁ ବାଦ ପଡିଥିବାରୁ ହନୁମାଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ବିରାଟ ମଇଦାନକୁ ଫେରିବା ପରେ ହନୁମା ବାଦ ପଡିବେ । ସେ ଆହୁରି କହିଛନ୍ତି ଯେ ଅଭିଜ୍ଞ ଖେଳାଳୀ ଚେତେଶ୍ୱର ପୂଜାରୀ ଓ ଅଜିଜ୍ଞ ରାହାଣେ ଦଳରେ ଥିବା ଯାଏ ହନୁମା ଓ ଶ୍ରେୟାସ ଆୟରଙ୍କୁ ସୁଯୋଗ ପାଇଁ ଅପେକ୍ଷା କରିବାକୁ ପଡିବ । ସୂଚନା ଥାଉକି ଘରୋଇ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ ୭ ୱିକେଟରେ ଭାରତକୁ ହରାଇ ୧-୧ ସିରିଜ ବରାବର କରିଥିଲା ।