27.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଆହ୍ଲାବାଦ୍ ହାଇକୋର୍ଟରେ ଜ୍ଞାନବାପୀ ମାମଲା; ମୁସଲିମ୍ ପକ୍ଷର ୫ଟି ଆବେଦନ ଖାରଜ

ଆହ୍ଲାବାଦ୍ ହାଇକୋର୍ଟରେ ଜ୍ଞାନବାପୀ ମାମଲା; ମୁସଲିମ୍ ପକ୍ଷର ୫ଟି ଆବେଦନ ଖାରଜ

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶର ବାରାଣସୀରେ ଅବସ୍ଥିତ କାଶୀ ବିଶ୍ୱନାଥ-ଜ୍ଞାନବାପୀ ଜମି ମାଲିକାନା ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ମଙ୍ଗଳବାର ବଡ ରାୟ ଦେଇଛନ୍ତି । ବିଚାରପତି ରୋହିତ ରଞ୍ଜନ ଅଗ୍ରୱାଲଙ୍କ ଖଣ୍ଡପୀଠ ମାଲିକାନା ବିବାଦ ମାମଲାକୁ ଚ୍ୟାଲେଞ୍ଜ କରି ମୁସିଲିମ୍ ପକ୍ଷରୁ ଦାଖଲ କରାଯାଇଥିବା ୫ଟି ଆବେଦନକୁ ଖାରଜ କରିଦେଇଛନ୍ତି । ଏସବୁ ଆବେଦନ ମଧ୍ୟରେ ଜ୍ଞାନବାପୀ ପରିସରରେ ଥିବା ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟକୁ ବନ୍ଦ କରିବାକୁ ମଧ୍ୟ ଅପିଲ ରହିଥିଲା । ଏହି ଅବସରରେ କୋର୍ଟ ବାରାଣସୀ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଏହି ମାମଲା ଦେଶର ଦୁଇଟି ପ୍ରମୁଖ ସମ୍ପ୍ରଦାୟକୁ ପ୍ରଭାବିତ କରୁଛି । ସୁତରାଂ ୧୯୯୧ରେ ଦାୟର କରାଯାଇଥିବା ଆବେଦନ ମଧ୍ୟରୁ ଗୋଟିଏରେ ଆଗାମୀ ୬ ମାସ ମଧ୍ୟରେ ଶୁଣାଣି କାର୍ଯ୍ୟ ଶେଷ କରାଯାଉ ।
ଶୁଣାଣି ସମୟରେ ଆହ୍ଲାବାଦ୍ ହାଇକୋର୍ଟ  କହିଛନ୍ତି ଯେ ଗୋଟିଏ ମାମଲାରେ କରାଯାଇଥିବା ଏଏସ୍‌ଆଇ ସର୍ଭେ ରିପୋର୍ଟ ଆଧାରରେ ଅନ୍ୟ ମୋକଦ୍ଦମା ଦାୟର କରାଯିବ । ତେବେ ଯଦି ଟ୍ରାଏଲ କୋର୍ଟ (ବାରଣସୀ କୋର୍ଟ) ଅନୁଭବ କରନ୍ତି ଯେ ଏଠାରେ କୌଣସି ଅଂଶର ସର୍ଭେ ଆବଶ୍ୟକ ରହିଛି, ତେବେ କୋର୍ଟ ଏହି ସର୍ଭେ କରିବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇପାରିବେ । ସୂଚନାଯୋଗ୍ୟ ବାରାଣସୀ କୋର୍ଟର ଏପ୍ରିଲ ୮, ୨ଠ୨୧ରେ ଜ୍ଞାନବାପୀ ମସଜିଦ୍ ଉପରେ ବିସ୍ତୃତ ସର୍ଭେ କରିବାକୁ ନିର୍ଦ୍ଦେଶ ଅଞ୍ଜୁମାନ ଇଣ୍ଟେଜାମିଆ ମସଜିଦ୍ କମିଟି (ଏଆଇଏମ୍‌ସି) ଏବଂ ଉତ୍ତରପ୍ରଦେଶ ସୁନ୍ନୀ କେନ୍ଦ୍ରୀୟ ୱାକଫ୍ ବୋର୍ଡ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ମଧ୍ୟ ଚ୍ୟାଲେଞ୍ଜ୍ କରାଯାଇଥିଲା । ତେବେ ଆଜି ହାଇକୋର୍ଟଙ୍କ ଏପ୍ରକାର ରାୟ ବିରୋଧରେ ମୁସଲିମ୍ ଦଳ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ପ୍ରକାଶ, ଆହ୍ଲାବାଦ୍ ହାଇକୋର୍ଟ ଆଜି ଯେଉଁ ୫ ଆବେଦନଗୁଡ଼ିକୁ ଖାରଜ କରିଛନ୍ତି ସେଥିମଧ୍ୟରେ ୩ଟି ଜ୍ଞାନବାପୀ ମସଜିଦ୍ କମିଟି ଅର୍ଥାତ୍ ଅଞ୍ଜୁମାନ ଇଣ୍ଟେଜାମିଆ ଦାଖଲ କରିଥିବା ବେଳେ ଅନ୍ୟ ୨ଟି ଆବେଦନକୁ ଉତ୍ତରପ୍ରଦେଶ ସୁନ୍ନୀ ସେଣ୍ଟ୍ରାଲ ୱାକଫ୍ ବୋର୍ଡ ଦାଖଲ କରିଥିଲା । ଡିସେମ୍ବର ୮ରେ ଜଜ୍ ଜଷ୍ଟିସ୍ ରୋହିତ ରଂଜନ ଅଗ୍ରୱାଲ ଆବେଦନକାରୀଙ୍କ ଓକିଲ ତଥା ଅଭିଯୁକ୍ତଙ୍କ ଓକିଲ ଶୁଣିବା ପରେ ଏହି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking