15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଦେଶର ଗୃହିଣୀମାନଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ ରାୟ କଣ ଜାଣନ୍ତୁ...

ଦେଶର ଗୃହିଣୀମାନଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ ରାୟ କଣ ଜାଣନ୍ତୁ…

ନୂଆଦିଲ୍ଲୀ : ନୂଆଦିଲ୍ଲୀ: ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଗୃହିଣୀଙ୍କୁ ସ୍ବାମୀ ଆର୍ଥିକ ସ୍ତରରେ ନିଶ୍ଚିତ ଭାବେ ସଶକ୍ତ କରିବାର ଆବଶ୍ୟକତା ରହିଛି। ଗୃହିଣୀ ପରିବାରର ଆୟ ନେଇ ଅବଗତ ହେବା ଦରକାର। ପରିବାର ଆର୍ଥିକ ଅଭିବୃଦ୍ଧି ପାଇଁ ଗୃହିଣୀ ବହୁତ କିଛି ତ୍ୟାଗ କରିଥାଏ ବୋଲି ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଅଗଷ୍ଟିନକ ଗାର୍ଗେ କହିଛନ୍ତି। ତେଲେଙ୍ଗାନାର ଏକ ମାମଲାର ବିଚାର ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ। ଛାଡପତ୍ର ଦେବା ପରେ ସ୍ତ୍ରୀକୁ ଭରଣପୋଷଣ ଦେବାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପରିବାରରେ ଗୃହିଣୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତୀୟ ପୁରୁଷମାନଙ୍କୁ ଗୃହିଣୀମାନଙ୍କ ତ୍ୟାଗକୁ ସମ୍ମାନ ଦେବାକ ସମୟ ଆସିଯାଇଛି। ସ୍ୱାମୀମାନେ ସ୍ତ୍ରୀଙ୍କ ନାଁରେ ଜଏଣ୍ଟ ଆକାଉଣ୍ଟ ଖୋଲିବା ସହ ଏଟିଏମ ସୁବିଧା ଯୋଗେଇ ଦେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ‘ଆମେ ବିଶ୍ୱାସ କରୁ ଯେ ଜଣେ ବିବାହିତ ଭାରତୀୟ ପୁରୁଷ ସଚେତନ ହେବା ଉଚିତ୍ ଯେ ତାଙ୍କୁ ତାଙ୍କ ପତ୍ନୀଙ୍କୁ ଆର୍ଥିକ ସଶକ୍ତିକରଣ ଏବଂ ତାଙ୍କ ଯତ୍ନ ନେବାକୁ ପଡ଼ିବ। ତାଙ୍କ ପତ୍ନୀଙ୍କର କୌଣସି ସ୍ୱାଧୀନ ଆୟର ଉତ୍ସ ନାହିଁ। ଏହି କାରଣରୁ ତାଙ୍କ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ଆର୍ଥିକ ସମ୍ବଳ ଯୋଗାଇବା ଜରୁରୀ ଅଟେ। ତେଣୁ ଆଗାମୀ ଦିନରେ ଭାରତୀୟ ବିବାହିତ ପୁରୁଷମାନେ ଏହି କଥାକୁ ଧ୍ଯାନରେ ରଖିବା ଉଚିତ।”

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking