19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶରାସ୍ତା କଡ଼ରେ ଥିବା ଗଛରେ କାହିଁକି ଧଳା ରଙ୍ଗ ଦିଆଯାଏ, ଜାଣନ୍ତୁ ଏନେଇ କ’ଣ ରହିଛି...

ରାସ୍ତା କଡ଼ରେ ଥିବା ଗଛରେ କାହିଁକି ଧଳା ରଙ୍ଗ ଦିଆଯାଏ, ଜାଣନ୍ତୁ ଏନେଇ କ’ଣ ରହିଛି ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ : ଦୈନନ୍ଦିନ ଜୀବନରେ ଆମେ ଏପରି ଅନେକ ଦୃଶ୍ୟ ଦେଖିବାକୁ ପାଇଥାଉ, ଯାହା ପଛରେ ନିହାତି କିଛି କାରଣ ରହିଥାଏ । ଆମେମାନେ ଯାତାୟାତ କରୁଥିବା ସମୟରେ ରାସ୍ତାକଡ଼ରେ ଥିବା ଗଛମାନଙ୍କରେ ଧଳା ରଙ୍ଗ ମରାଯାଇଥିବା ଦେଖିବାକୁ ପାଇଥାଉ । ଏପରି କାହିଁକି କରାଯାଏ, ସେନେଇ କିଛି ପ୍ରଶ୍ନ ଆପଣଙ୍କ ମନରେ ଆସିବା ସ୍ୱାଭାବିକ । ଲାଲ, ସବୁଜ, ହଳଦିଆ ଏପରି ଅନେକ ପ୍ରକାରର ରଙ୍ଗ ଥିଲେ ମଧ୍ୟ ଧଳା ରଙ୍ଗକୁ ବାଛିବା ପଛର ରହସ୍ୟ କ’ଣ ।

ବାସ୍ତବରେ, ସଡ଼କପଥ ମାନଙ୍କରେ ଲାଗିଥିବା ବୃକ୍ଷମାନଙ୍କରେ ଧଳା ରଙ୍ଗ ମରାଯାଇଥିବାର ଆମେ ଦେଖିବାକୁ ପାଇଥାଏ । ଏହା ପଛରେ ଏକ ବିଶେଷ କାରଣ ରହିଛି । ମାତ୍ର ଏହା ସମସ୍ତଙ୍କୁ ଜଣା ନଥାଏ । ଅସଲ କଥା ହେଉଛି, ଧଳା ରଙ୍ଗ ବୋଳିଲେ ଗଛମାନଙ୍କର ଆୟୁଷ ବୃଦ୍ଧି ହୁଏ ବୋଲି କୁହାଯାଇଥାଏ । ସାମାନ୍ୟ ରଙ୍ଗ ଦ୍ୱାରା ଗଛର ଜୀବନ କାଳ କିପରି ବୃଦ୍ଧି ହେବ ତାହା ଅନେକଙ୍କୁ ଚିନ୍ତାରେ ପକାଇବା ସ୍ୱାଭାବିକ ।

ଗଛରେ ବୋଳାଯାଉଥିବା ଧଳା ରଙ୍ଗରେ ପାଣି ଓ ଚୂନକୁ ମିଶ୍ରଣ କରାଯାଇଥାଏ । ଏହି ମିଶ୍ରିତ ରଙ୍ଗକୁ ଗଛରେ ବୋଳିଲେ ସେଥିରେ ବିଭିନ୍ନ ପ୍ରକାରର କୀଟପତଙ୍ଗ ଲାଗନ୍ତି ନାହିଁ । ଫଳରେ ଗଛ ସର୍ବଦା ସୁସ୍ଥ ରୁହେ । ଅଧିକାଂଶ ସମୟରେ ଗଛରେ ବିଭିନ୍ନ ପ୍ରକାରର କୀଟ ଲାଗି ତା’ର ଛାଲି ଛାଡ଼ି ଯାଇଥାଏ । ଏପରିକି କିଛି ଗଛରେ ଉଇ ଭର୍ତ୍ତି ହୋଇଥିବାର ମଧ୍ୟ ଦେଖାଯାଇଥାଏ । ପରିଣାମସ୍ୱରୂପ ଅନେକ ଗଛ ଠିଆ ଠିଆ ଏକ ଶୁଖିଲା କାଠ ଗଣ୍ଡିରେ ପରିଣତ ହୋଇଯାଇଥାନ୍ତି । ଗଛରେ ଧଳା ରଙ୍ଗ ଥିଲେ ସୂର୍ଯ୍ୟ ରଶ୍ମୀ ସେଥିରେ ସିଧାସଳଖ ପଡ଼େ ନାହିଁ । ଫଳରେ ଗଛର ଛାଲି ଦୀର୍ଘଦିନ ଧରି ଠିକ୍ ଭାବେ ରହିଥାଏ । ସେହିପରି ଯଦି କୌଣସି ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନଥାଏ, ତେବେ ଏପରି କ୍ଷେତ୍ରରେ ଗଛରେ ଲାଗିଥିବା ଧଳା ରଙ୍ଗ ପଥଯାତ୍ରୀଙ୍କୁ ରାସ୍ତା ବତାଇବାରେ ସହାୟକ ହୋଇଥାଏ । ଗଛରେ ଧଳା ରଙ୍ଗ ମରାଯାଇଥିଲେ ତାହା ବନ ବିଭାଗର ବୋଲି ଦର୍ଶାଇଥାଏ । ତେଣୁ ତାହାକୁ କେହି କାଟିବାକୁ ସାହସ କରନ୍ତି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking