ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ରାଉରକେଲାକୁ ଆରମ୍ଭ ହୋଇଛି ବିମାନ ଚଳାଚଳ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏ ନେଇ ଭିସି ମାଧ୍ୟମରେ ଉଦଘାଟନ କରିଛନ୍ତି । ତେବେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଆସନ୍ତା ୧୨ ତାରିଖରୁ ଏହି ଦୁଇଟି ସ୍ଥାନ ମଧ୍ୟରେ ବିମାନ ସେବା ଆରମ୍ଭ ହେବ । ଭୁବନେଶ୍ୱରରୁ ରାଉରକେଲା ବିମାନ ଭଡା ୨୮୦୩ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ରାଉରକେଲାରୁ ଭୁବନେଶ୍ୱରକୁ ଆସିବା ପାଇଁ ଟିକେଟ ଖର୍ଚ୍ଚ ୨୭୨୧ ଟଙ୍କା ହେବ । ଭୁବନେଶ୍ୱରରୁ ଦିନ ୨ଟା ୫୫ରେ ବିମାନ ଉଡାଣ ଭରିବ ଏବଂ ରାଉରକେଲାରୁ ଏହା ୪ଟା୧୫ରେ ଭୁବନେଶ୍ୱରକୁ ଫେରିବ ।