28.1 C
Bhubaneswar
Sunday, June 23, 2024
Homeଓଡିଶାଜାଣନ୍ତୁ ଆମ ମୁଖ୍ୟମନ୍ତ୍ରୀଙ୍କୁ

ଜାଣନ୍ତୁ ଆମ ମୁଖ୍ୟମନ୍ତ୍ରୀଙ୍କୁ

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବରିଷ୍ଠ ବିଜେପି ନେତା ମୋହନ ମାଝୀ। ରାଜ୍ୟ ବିଜେପିର ଆଦିବାସୀ ଚେହେରା ଭାବେ ସେ ପରିଚିତ । ବିଶେଷକରି ଶିଶୁମନ୍ଦିର ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଥିବା ମୋହନ ମାଝୀଙ୍କ ଭଳି ଜଣେ ଆଦିବାସୀ ଯୁବ ଚେହେରାକୁ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଦଳମତ ନିର୍ବିଶେଷରେ ଜିଲ୍ଲାବ୍ୟାପୀ ଖୁସିର ଲହରୀ ଖେଳିଯାଇଛି । ମୋହନ ମାଝୀ ୧୯୭୨ ଜାନୁଆରୀ ୬ ତାରିଖରେ କେନ୍ଦୁଝର ଜିଲ୍ଲା ରାଇକଳା ଗ୍ରାମର ଗୁଣରାମ ମାଝୀ ଓ ମା’ ବେଳେ ମାଝୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ଚମ୍ପୁଆର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସେ କାଳରେ ସ୍ନାତକ ପାସ କରିଥିଲେ । ଏହାପରେ ସେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ପ୍ରଥମେ ଝୁମ୍ପୁରା ସରସ୍ବତୀ ଶିଶୁମନ୍ଦିରର ଗୁରୁଜୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ମୋହନ । ପରେ ସେ ଶିକ୍ଷକତା ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ। ସେ ପ୍ରିୟଙ୍କା ମାରାଣ୍ଡିଙ୍କୁ ବିବାହ କରିଥିଲେ ଓ ତାଙ୍କର ୨ ପୁଅ ଅଛନ୍ତି । ୧୯୯୭ରେ ପ୍ରଥମକରି ରାଇକଳା ପଞ୍ଚାୟତର ସରପଞ୍ଚ ହୋଇଥିଲେ ମୋହନ। ପରେ କେନ୍ଦୁଝର ଆସନରୁ ୪ଥର ନିର୍ବାଚିତ ହୋଇଛନ୍ତି। ୨୦୦୦ ମସିହାରେ ବିଜେପି- ବିଜେଡି ମେଣ୍ଟ ବେଳେ ପ୍ରଥମ ସୁଯୋଗରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ପୁଣି ୨୦୦୪ରେ ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଥିଲେ। ତାଙ୍କ କାର୍ଯ୍ୟଦକ୍ଷତାକୁ ଦଳ ପରଖି ତାଙ୍କୁ ଉପମୁଖ୍ୟ ସଚେତକ ପରି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରିଥିଲା ଦଳ । ୨୦୦୯ ଓ ୨୦୧୪ ନିର୍ବାଚନରେ ସେ ଲଗାତାର ପରାଜିତ ହୋଇଥିଲେ। ଏହାସତ୍ତ୍ବେ ସେ ନିଜର ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କ ସହ ସବୁବେଳେ ରହିଥିଲେ। ତେବେ ମୋହନ ମାଝୀ ୨୦୧୯ରେ ତୃତୀୟ ଥର ପାଇଁ କେନ୍ଦୁଝର ବିଧାନସଭା ଆସନରୁ ବିଜେପି ବିଧାୟକ ଭାବେ ଲଢ଼ି ବିଧାନସଭାକୁ ନିର୍ବାଚିତ ହେବାସହ ବିରୋଧୀ ଦଳ ମୁଖ୍ୟ ସଚେତକ ସମେତ ପବ୍ଲିକ୍ ଆକାଉଣ୍ଟସ୍ କମିଟି ଅଧ୍ୟକ୍ଷ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ଏହାସହ ବିଧାନସଭା ଭିତରେ ଓ ବାହାରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଶାସକ ବିଜେଡିକୁ ଘେରି ଚର୍ଚ୍ଚାର ପରିସରକୁ ଆସିଥିଲେ । ଜିଲ୍ଲା ପ୍ରଶାସନ ଚଳିତ ନିର୍ବାଚନରେ ମୋହନ ମାଝୀ କେନ୍ଦୁଝର ସଦର ଆସନରୁ ବିଜୟୀ ହୋଇ ଚତୁର୍ଥ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ବେଳେ ଦଳ ତାଙ୍କ ଭଳି ଜଣେ ଅଭିଜ୍ଞ ଓ ଦକ୍ଷ ନେତୃତ୍ବ ନେଇ ଆସୁଥିବା ଆଦିବାସୀ ଯୁବ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଜିଲ୍ଲାବାସୀ ମୋହନ ମାଝୀଙ୍କ ଠାରୁ ଅନେକ କିଛି ଆଶା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking