27.1 C
Bhubaneswar
Saturday, June 22, 2024
Homeଓଡିଶାଅପରିବର୍ତ୍ତିତ ରହିଲା ଅଶ୍ୱିନୀ, ଧର୍ମେନ୍ଦ୍ର ଓ ଜୁଏଲଙ୍କ ମନ୍ତ୍ରାଳୟ

ଅପରିବର୍ତ୍ତିତ ରହିଲା ଅଶ୍ୱିନୀ, ଧର୍ମେନ୍ଦ୍ର ଓ ଜୁଏଲଙ୍କ ମନ୍ତ୍ରାଳୟ

ଭୁବନେଶ୍ୱର: ଗତକାଲି ଶପଥ ଗ୍ରହଣ ପରେ, ଆଜି ମୋଦୀ ମନ୍ତ୍ରିମଣ୍ଡଳର ହୋଇଛି ବିଭାଗ ବଣ୍ଟନ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ଓ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ମିଳିଛି । ପୂର୍ବ ସରକାରରେ ବି ଏହି ତିନିଜଣ ଏହି ମନ୍ତ୍ରାଳୟର ମନ୍ତ୍ରୀ ଥିଲେ । ଜୁଏଲ ତୃତୀୟ ଥର ପାଇଁ ଏହି ମନ୍ତ୍ରାଳୟର ମନ୍ତ୍ରୀ ହୋଇଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ନରେନ୍ଦ୍ର ମୋଦୀଙ୍କ ସରକାରର ପ୍ରଥମ ପାଳିରେ ସେ ମନ୍ତ୍ରୀ ହୋଇଥିଲେ । ଦୁଇ ଥର ଯାକ ତାଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ହିଁ ମିଳିଥିଲା । ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପ୍ରଧାନମନ୍ତ୍ରୀ ଲଗାତାର ୧୦ ବର୍ଷ ହେଲା ଭରସା କରିଆସୁଛନ୍ତି । ୨୦୧୪ ମସିହାରୁ ସେ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ ମନ୍ତ୍ରାଳୟ ପାଇଥିବାବେଳେ ଗତ ପାଳିରେ ଶିକ୍ଷା ମନ୍ତ୍ରାଳୟ ପାଇଥିଲେ ।

ଦେଶର ସବୁଠୁ ଦୀର୍ଘ କାଳ କାର୍ଯ୍ୟ କରିଥିବା ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀ ହେବାର ରେକର୍ଡ ମଧ୍ୟ ଧର୍ମେନ୍ଦ୍ରଙ୍କ ନାଁରେ ଅଛି । ଏହାବାଦ୍ ସେ ଇସ୍ପାତ, ଶିକ୍ଷା, ଦକ୍ଷତାବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରି ନିଜର ଦକ୍ଷତା ଦେଖାଇଥିଲେ । ତେଣୁ ଏଥର ବି ଧର୍ମେନ୍ଦ୍ରଙ୍କୁ ଶିକ୍ଷା ମନ୍ତ୍ରାଳୟ ମିଳିଛି । ସେହିପରି ଅଶ୍ୱିନୀ ବୈଷ୍ଣବ ୨୦୧୯ରେ ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେଲା ପରେ ୨୦୨୧ରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇଥିଲା । ୫-ଜି ସ୍ପେକ୍ଟ୍ରମ ନିଲାମ , ଡାକଘରର ଉନ୍ନତୀକରଣ ଦିଗରେ ସେ ବହୁତ ଆଖିଦୃଶିଆ ପଦକ୍ଷେପ ନେଇଥିଲେ । ବାହାନଗା ରେଳ ଦୁର୍ଘଟଣା, ଭାରତ ଇତିହାସର ଅନ୍ୟତମ ମର୍ମନ୍ତୁଦ ରେଳ ଦୁର୍ଘଟଣା ଜୁନ୍‌, ୨୦୨୩ରେ ହୋଇଥିଲା । ହେଲେ ଶ୍ରୀ ବୈଷ୍ଣବ ଯେପରି ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କଲେ, ରେଳ ଧାରଣା ପୁନରୁଦ୍ଧାର କାର୍ଯ୍ୟ ତଦାରଖ କଲେ ତାହା ପ୍ରଶଂସନୀୟ ଥିଲା ।ଆଉ ସେଥିପାଇଁ ଏବେ ବି ତାଙ୍କୁ ରେଳ ମନ୍ତ୍ରାଳୟ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking