29.1 C
Bhubaneswar
Monday, June 24, 2024
Homeଓଡିଶାଜାଣନ୍ତୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ

ଜାଣନ୍ତୁ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ହେଉଛନ୍ତି ବିଭୂତି ଭୂଷଣ ଜେନା। ବ୍ରହ୍ମପୁରଠାରୁ ମାତ୍ର ୧୫ କିମି ଦୂର ଗୋଳନ୍ଥରା ଗ୍ରାମରେ ୧୯୬୭ ମସିହାରେ ତାଙ୍କର ଜନ୍ମ। ଗୋଳନ୍ଥରା ହାଇସ୍କୁଲରେ ମାଟ୍ରିକ୍ ପାସ୍‌ କରିବା ପରେ ଗଞ୍ଜାମ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଗୋଳନ୍ଥରା ନିବାସୀ ବିଭୂତି ୨୦୦୯ରୁ ଲଗାତାର ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ି ଆସୁଥିଲେ। ତେବେ, ୩ଥର ପରାଜିତ ହେବାପରେ ଚତୁର୍ଥ ଥର(୨୦୨୪)ରେ ସେ ବିଧାୟକ ଭାବେ ନିର୍ବାଚିତ ହେବାସହିତ କ୍ୟାବିନେଟ୍‌ ମନ୍ତ୍ରୀ ପଦ ପାଇଛନ୍ତି। ବିଭୂତି ଆର୍‌ଏସ୍‌ଏସ୍‌ରୁ ନିଜର ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରିଥିଲେ। କିଛି ଯୁବକଙ୍କୁ ଏକଜୁଟ୍‌ କରି ଗୋଳନ୍ଥରା ଗ୍ରାମରେ ମଦ ବିରୋଧୀ ଆନ୍ଦୋଳନ ଆରମ୍ଭ କରି ଲୋକଲୋଚନକୁ ଆସିଥିଲେ। ଏହାପରେ ସେ ୧୯୯୭ରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୩ରୁ ୨୦୦୮ ଯାଏଁ ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚିତ ହୋଇଥିଲେ । ୨୦୦୭ରେ ତାଙ୍କୁ ବିଜେପିର ରାଜ୍ୟ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ବ ମିଳିଥିଲା। ୨୦୦୭ରୁ ୨୦୧୩ ପର୍ଯ୍ୟନ୍ତ ଦୁଇଥର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ପଦରେ ରହିଥିଲେ। ଏହାପରେ ୨୦୧୩ରେ ସେ ରାଜ୍ୟ ବିଜେପି ସମ୍ପାଦକ ମଧ୍ୟ ହୋଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ରେ ଗୋପାଳପୁର ଆସନରୁ ବିଜେପି ଟିକଟରେ ପ୍ରତିଦ୍ବନ୍ଦ୍ବତା କରି ପରାସ୍ତ ହୋଇଥିଲେ। ୨୦୨୧ମସିହାରେ ବିଭୂତିଙ୍କୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଭାବେ ମନୋନୀତ କରାଯାଇଥିଲା। ପ୍ରାୟ ୩ବର୍ଷ ପର୍ଯ୍ୟନ୍ତ ସେ ଜିଲ୍ଲା ସଭାପତି ଦାୟିତ୍ବରେ ରହିଥିଲେ। ୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରି ବିଧାୟକ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking