27.1 C
Bhubaneswar
Saturday, June 22, 2024
Homeଓଡିଶାଜାଣନ୍ତୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ

ଜାଣନ୍ତୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ

ଭୁବନେଶ୍ୱର : ଅବିଭକ୍ତ କୋରାପୁଟ ଜିଲ୍ଲାର ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ମିଳିଛି କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ଉମରକୋଟ ଏନ୍‌ଏସି କାଉନସିଲର ଭାବେ ନିର୍ବାଚିତ ହୋଇ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ୨୦୧୪ ନିର୍ବାଚନରେ ପରାଜୟ ପରେ ପରବର୍ତ୍ତୀ ଦୁଇଟି ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ଶେଷରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ନିତ୍ୟାନନ୍ଦ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଛେଳିଡଙ୍ଗରୀ ପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟ ଗାଁର ଗୋଟିଏ ଚାଷୀ ପରିବାରରେ ତାଙ୍କର ଜନ୍ମ। ଉଚ୍ଚଶିକ୍ଷା ନିମନ୍ତେ ଉମରକୋଟ ସହରକୁ ଆସିଥିଲେ ନିତ୍ୟାନନ୍ଦ। ପେଣ୍ଡ୍ରାଣୀ ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ପରେ ଜୟପୁର ମହାବିଦ୍ୟାଳୟରେ ଆଇନ ପଢ଼ିଥିଲେ। ଇତିହାସରେ ‌ସ୍ନାତକୋତ୍ତର ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ଉମରକୋଟ କୋର୍ଟରେ ଆଇନଜୀବୀ ଭାବେ ପେସାଗତ ଜୀବନ ଆରମ୍ଭ କରିଥିଲେ। ୨୦୦୩ ମସିହାରେ ଉମରକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ନମ୍ବର ୱାର୍ଡରୁ କାଉନସିଲର୍‌ ଭାବେ ନିର୍ବାଚିତ ହୋଇ ରାଜନୀତିର ପ୍ରଥମ ସୋପାନ ଚଢ଼ିଥିଲେ। ୨୦୧୪ ମସିହାରେ ବିଜେପି ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲା। ୨୦୧୯ ନିର୍ବାଚନରେ ମୋଦୀ ଲହର ଏବଂ ନିଜ ନିର୍ମଳ ଭାବମୂର୍ତ୍ତି ଯୋଗୁଁ ସେ ପାଖାପାଖି ୧୦ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଯୁବ ତଥା ଉପାନ୍ତ ଅଞ୍ଚଳକୁ ପ୍ରତିନିଧିତ୍ବ କରୁଥିବାରୁ ଦଳ ତାଙ୍କୁ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ଭଳି ଗୁରୁଦାୟିତ୍ବ ଦେଇଥିଲା। ୨୦୨୪ ନିର୍ବାଚନରେ ଦ୍ବିତୀୟଥର ବିଧାନସଭାକୁ ନିର୍ବାଚିତ ହେବାପରେ ରାଜ୍ୟ ‌କ୍ୟାବିନେଟ୍‌ରେ ନିତ୍ୟାନନ୍ଦଙ୍କୁ ସ୍ଥାନ ମିଳିଛି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ଉମରକୋଟର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମୀ ରବି ସିଂ ମାଝୀ ବିଜୟୀ ହୋଇ ବି ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ନିତ୍ୟାନନ୍ଦଙ୍କ ୨୪ବର୍ଷ ପୂର୍ବରୁ ଉମରକୋଟ ବିଧାୟିକା ପରମା ପୂଜାରୀ ମନ୍ତ୍ରୀ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking