28.1 C
Bhubaneswar
Sunday, June 23, 2024
Homeଓଡିଶାଜାଣନ୍ତୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ

ଜାଣନ୍ତୁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ

ଭୁବନେଶ୍ୱର : ଢେଙ୍କାନାଳର ଲଢ଼ୁଆ ବିଜେପି ନେତା ତଥା ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ କ୍ୟାବିନେଟ୍ ମନ୍ତ୍ରୀପଦ ମିଳିଛି। ୧୯୬୪ ଫେବ୍ରୁଆରୀ ୨୫ ତାରିଖରେ ଜନ୍ମ। ସିମିଳିଆ ଗ୍ରାମର ମଧୁସୂଦନ ପାତ୍ର ଓ ଉଦୀୟା ପାତ୍ରଙ୍କ ସୁପୁତ୍ର । ସେ ଢେଙ୍କାନାଳ ସହରରେ ବାପୁଜୀ ୟୁପି ସ୍କୁଲ, ବ୍ରଜନାଥ ବଡ଼ଜେନା ହାଇସ୍କୁଲ, ଢେଙ୍କାନାଳ କଲେଜ ଓ ରେଭେନ୍ସା କଲେଜରୁ ଶିକ୍ଷା ଲାଭ କରିଥିଲେ । ଏଥିସହ ଦୀର୍ଘ ୨୯ ବର୍ଷ ପରେ ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀ ମନ୍ତ୍ରୀପଦ ହାସଲ କରିଛି। ଶ୍ରୀ ପାତ୍ର ଆରଏସଏସ ଜଣେ କାର୍ଯ୍ୟକର୍ତ୍ତା ଏବଂ ଏମ୍.ଏ.ସି ଓ ଆଇନ ବିଭାଗର ଛାତ୍ର ଥିଲେ । ମଧୁସୂଦନ ଲ’ କଲେଜରୁ ଆଇନ ମଧ୍ୟ ପାସ୍ କରିଥିଲେ। ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ ସେ ୮ ମାସ ଅଧ୍ୟାପନା କରିଥିଲେ। ଢେଙ୍କାନାଳରେ ବିଜେପିର ପ୍ରତିଷ୍ଠାତା ସଦସ୍ୟ ଭାବେ ଦଳ ପାଇଁ ଉତ୍ସର୍ଗୀକୃତ ଭାବେ ଶ୍ରୀ ପାତ୍ର ନିରବଚ୍ଛିନ୍ନ କାର୍ଯ୍ୟ କରି ଆସିଛନ୍ତି। ୧୯୯୩ରେ ସେ ବିଜେପିରେ ଯୋଗ ଦେଇଥିଲେ। ୧୯୯୫ରେ ଗଁଦିଆ ନିର୍ବାଚନ ମଣ୍ଡଳୀରୁ ଲଢ଼ି ହାରିଥିଲେ। ୨୦୦୦ରେ ଢେଙ୍କାନାଳ ସଦର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୦୪, ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ ପରାଜିତ ହୋଇଥିଲେ । ତଥାପି ଦଳ ତାଙ୍କ ଉପରେ ଭରସା କରି ଚଳିତଥର ପ୍ରାର୍ଥୀ କରିଥିଲା। ଚଳିତ ନିର୍ବାଚନରେ ବିଜେଡି ବିଧାୟକ ସୁଧୀର ସାମଲଙ୍କୁ ୨୦ ହଜାରରୁ ଅଧିକ ଭୋଟ୍‌ରେ ହରାଇଥିଲେ। ଶ୍ରୀ ପାତ୍ର ଜିଲ୍ଲା ବିଜେପି ସଭାପତି, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ପଦରେ କାର୍ଯ୍ୟ କରିଛନ୍ତି । ରାମ ଜନ୍ମଭୂମି ଆନ୍ଦୋଳନରେ କରସେବକ ଭାବେ ଯୋଗ ଦେଇ ୨୫ ଦିନ ଜେଲ୍‌ରେ ମଧ୍ୟ ରହିଥିଲେ ରହିଥିଲେ।
ପୂର୍ବରୁ ବିଜେପି ଜିଲ୍ଲା କୋଷାଧ୍ୟକ୍ଷ, ଜିଲ୍ଲା ସଭାପତି ଭାବେ ତାଙ୍କର ଦଳୀୟ ସଂଗଠନରେ ଅଭିଜ୍ଞତା ରହିଛି। ଏପରିକି ସେ ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ମଧ୍ୟ ଥିଲେ । ୧୯୯୦ ମସିହା ବାବ୍ରି ମସଜିଦ୍ ଭଙ୍ଗା ଘଟଣାରେ ଶ୍ରୀ ପାତ୍ର ଜେଲ୍ ଯାଇଥିଲେ। ଦୀର୍ଘବର୍ଷ ଧରି କୌଣସି ରାଜନୈତିକ ପଦପଦବିରେ ନଥାଇ ବି ସେ ସମସ୍ତଙ୍କ ସୁଖଦୁଃଖରେ ସାମିଲ୍ ହୋଇ ରହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking