ଭୁବନେଶ୍ୱର : କୋଲ୍ଡ ଡ୍ରିଙ୍କ୍ସ ଅତ୍ୟଧିକ ପିଉଛନ୍ତି କି ? ପିଉଥିଲେ ହୋଇଯାଆନ୍ତୁ ସାବଧାନ । ଆଜିକାଲି ଯୁବପିଢି , ମହିଳା , ବୟସ୍କ ସମସ୍ତେ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ପସନ୍ଦ କରିଥାନ୍ତି । ଏହାର ଚାହିଦା ଏତେ ଯେ ଖାଦ୍ୟ ଖାଇବା ପରେ ବି ଲୋକେ ଏହାକୁ ପିଅନ୍ତି । କିଡନୀ ବିଶେଷଜ୍ଞ ଏହାର ସାଇଡ ଇଫେକ୍ଟ କହିଛନ୍ତି । ଏହି କୋଲ୍ଡ ଡ୍ରିଙ୍କ୍ସ ଅଧିକ ପିଇବା ଦ୍ୱାରା ଫ୍ୟାଟି ଲିଭର ସମସ୍ୟାରେ ପୀଡିତ ହୋଇପାରନ୍ତି । ଏଥିରେ ଗ୍ଲୁକୋଜ ଅଧିକ ପରିମାଣରେ ଥାଏ । ଏଥିରେ ଥିବା ଫ୍ରୁକ୍ଟୋଜ ଯକୃତ ଦ୍ୱାରା ମେଟାବୋଲିଜେସନ ହୋଇଥାଏ । କିନ୍ତୁ ଅଧିକ ପରିମାଣରେ ଥଣ୍ଡା ପାନୀୟ ପିଇବା ଦ୍ୱାରା ଶରୀରରେ ପିଇବା ଦ୍ୱାରା ଶରୀରରେ ଅତିରିକ୍ତ ଫ୍ରୁକ୍ଟୋଜ ରହିଥାଏ । ଯାହା ଯୋଗୁଁ ଯକୃତ ଫ୍ରୁକ୍ଟୋଜକୁ ଚର୍ବିରେ ପରିଣତ କରେ । ଯାହା କିଡନୀରେ ଜମା ହୋଇଯାଏ । ଯାହାକି ଅଳ୍ପ ସମୟରେ ଲିଭର ରୋଗରେ ପରିଣତ ହୋଇପାରେ । ଆଗକୁ ଯାହା ବିପଦପୂଣ୍ଣ ହୋଇଥାଏ । ପ୍ରତିଦିନ କୋଲ୍ଡ ଡ୍ରିଙ୍କ୍ସ ପିଇବା ଦ୍ୱାରା ଆପଣଙ୍କ ଓଜନ ବଢିପାରେ । କାରଣ ଏହା କ୍ୟାଲୋରୀକୁ ବୃଦ୍ଧି କରେ । ଏହା ଶରୀରକୁ କୌଣସି ଲାଭ ହୁଏ ନାହିଁ । ଏହା ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ । ଏଥିରେ ପ୍ରଚୁର ପରିମାଣରେ ଚିନି ରହିଥାଏ , ଯାହା ଆପଣଙ୍କ ଶରୀରରେ ମେଦ ବହୁଳତା ବୃଦ୍ଧି କରେ । ତେଣୁ କୋଲ୍ଡ ଡ୍ରିଙ୍କସ ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ।










