ନୂଆଦିଲ୍ଲୀ : ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା ହୋଇଛି । ପୂର୍ବରୁ ଅଧିନାୟକ ନିଯୁକ୍ତ ହୋଇଥିବା ରୋହିତ ଶର୍ମା ଆହତ ସମସ୍ୟା ଯୋଗୁଁ ଓହରିଯାଇଥିବାରୁ ଉପ ଅଧିନାୟକ କେଏଲ ରାହୁଲଙ୍କୁ ନେତୃତ୍ୱ ଭାର ଦିଆଯାଇଛି । ସେହିପରି ଯଶପ୍ରୀତ ବୁମ୍ରାଙ୍କୁ ଟିମ୍ ଇଣ୍ଡିଆର ଉପ ଅଧିନାୟକ କରାଯାଇଛି । ଏହି ଟିମରେ ବିରାଟ କୋହଲି ମଧ୍ୟ ରହିଛନ୍ତି ।
ତେବେ ୧୮ ଜଣିଆ ସ୍କ୍ୱାଡରେ ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ବାଦ ପଡିଛନ୍ତି । ୧୮ ଜଣିଆ ଦଳରେ କେଏଲ ରାହୁଲ, ଶିଖର ଧାୱନ୍, ଋତୁରାଜ ଗାଏକ୍ୱାଡ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଋଷଭ ପନ୍ତ୍, ଇଶାନ କିଶନ, ୟୁଝିବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍ରା, ଭବୁନେଶ୍ୱର କୁମାର, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ୍ ।
ଟିମ୍ ଇଣ୍ଡିଆ ଏବେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଖେଳୁଛି । ସିରିଜର ପ୍ରଥମ ମ୍ୟାଚରେ ଦଳ ବିଜୟ ହୋଇଛି । ପରେ ଦ୍ୱିତୀୟ ଟେଷ୍ଟ ଜାନୁଆରୀ ୩ରୁ ଜୋହନସବର୍ଗ ଓ ତୃତୀୟ ଟେଷ୍ଟ ଜାନୁଆରୀ ୧୧ ରୁ କେପ ଟାଉନରେ ଆରମ୍ଭ ହେବକୁ ଯାଉଛି।