27.1 C
Bhubaneswar
Friday, December 5, 2025
Homeଓଡିଶାକିଟ୍‌ର ମନମାନୀ ଚଳିବନି: ସରୋଜ ପାଢୀ

କିଟ୍‌ର ମନମାନୀ ଚଳିବନି: ସରୋଜ ପାଢୀ

ଭୁବନେଶ୍ୱର: ପୁଣି କିଟ  ଛାତ୍ର  ମୃତ୍ୟୁ ଘଟଣାରେ ବିଧାୟକ ସରୋଜ ପାଢୀ କଡା ଟିପ୍ପଣୀ ଦେଇଛନ୍ତି । କହିଛନ୍ତି, କିଟ ଆଡମିନିଷ୍ଟ୍ରେସନ ଭୁଶୁଡି ଗଲା ପରି ଲାଗୁଛି । ଓଡିଶାର ନାଁ ବଦନାମ କରିବାକୁ କିଟକୁ କୁହାଯାଇ ନାହିଁ ।  କିଟର ଦୋଷ ପ୍ରମାଣିତ  ହେଲେ  କଠୋର  କାର୍ଯ୍ୟାନୁଷ୍ଠାନ ହେବ ।  କୌଣସି  ଦୋଷୀକୁ ମୋହନ ସରକାର କ୍ଷମା ଦେବେ ନାହିଁ । ଆମେ ମଧ୍ୟ କିଟ ଉପରେ କାର୍ଯ୍ୟାନୁଷ୍ଠାନ  ପାଇଁ ଦାବି  କରିବୁ । କିଟର ମନମାନୀ ଆଉ ଚଳିବ  ନାହିଁ । ସୂଚନାଥାଉକି, ସନ୍ଦେହଜନକ ଅବସ୍ଥାରେ କିଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି, ଛତିଶଗଡ ଜିଲ୍ଲାର ରାହୁଲ ଯାଦବ ।  ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର । ଛାତ୍ର ମୃତ୍ୟ ନେଇ ଗତକାଲି ରାତିରେ ହଷ୍ଟେଲରେ ଉତ୍ତେଜନା ଦେଖାଦେଇଥିଲା । ପରେ ମୃତକଙ୍କ ରୁମମେଟମାନେ ପୋଲିସ କୁ ଖବର ଦେଇଥିଲେ । ସୂଚନା ପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ  ପହଞ୍ଚ ପହଞ୍ଚି ରାହୁଲଙ୍କ ମୃତଦେହକୁ ଜବତ କରି  ଏକ ଘରୋଇ ମେଡିକାଲକୁ  ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking