26.1 C
Bhubaneswar
Saturday, December 20, 2025
Homeଓଡିଶାକିସ୍ ଛାତ୍ର ହତ୍ୟା: ୧୧ ଛାତ୍ରଙ୍କ ବୟାନ ରେକର୍ଡ

କିସ୍ ଛାତ୍ର ହତ୍ୟା: ୧୧ ଛାତ୍ରଙ୍କ ବୟାନ ରେକର୍ଡ

ଭୁବନେଶ୍ୱର: କିସ୍ ଛାତ୍ର ହତ୍ୟା ଘଟଣାରେ ୧୧ ଜଣ ଛାତ୍ରଙ୍କ ବୟାନ ରେକର୍ଡ କରାଯାଇଛି । ବିଏନଏସଏସ ୧୮୩ ଅନୁସାରେ ୧୧ ଛାତ୍ରଙ୍କ ବୟାନ ରେକର୍ଡ କରାଯାଇଛି । ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଛାତ୍ରଙ୍କ ବୟାନ ରେକର୍ଡ କରାଯାଇଛି । ବୟାନ ରେକର୍ଡ ହୋଇଥିବା ଛାତ୍ରଙ୍କ ମଧ୍ୟରେ ୭ ପ୍ରତ୍ୟକ୍ଷଦର୍ଶୀ । ବୟାନ ରେକର୍ଡ ପରେ ଛାତ୍ରମାନଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି । ଆଗକୁ ଆହୁରି ଅଧିକ ଛାତ୍ରଙ୍କର ବୟାନ ରେକର୍ଡ ସମ୍ଭାବନା ରହିଛି । ସୂଚନାଥାଉକି, ଗତ ୧୨ ତାରିଖରେ କିସ୍‌ରେ କେନ୍ଦୁଝର ଟାଉନ୍ ଥାନା ଟିକର ଘୁମୁରାର ଶିବ ମୁଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଶିବଙ୍କୁ ତଣ୍ଟି ଚିପି ସହପାଠୀ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଏହି ଘଟଣାରେ ପ୍ରଥମ ଫେଜ୍‌ରେ ପ୍ରାୟ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking