ଭଞ୍ଜନଗର: ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମିଟର ରିଡିଂ ପାଇଁ ଆସିଥିବା ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଜଣାପଡିଛି । ତାରାସିଂ ଥାନା କୁପାଟି ଗାଁରେ ବିଦ୍ୟୁତ ଉପଭୋକ୍ତାର ଉନ୍ମୁକ କାଣ୍ଡ ଦେଖିବାକୁ ମିଳିଛି । ହତ୍ୟା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିଲେ । ଏବେ ଘଟଣରସ୍ଥଳରେ ପୋଲିସ ପହଂଚି ତନାଘନା ଆରମ୍ଭ କରିଛି ।