27.1 C
Bhubaneswar
Monday, September 23, 2024
Homeଓଡିଶାପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ! 

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ! 

କାଲିମେଳା: ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟା । ଚାଷ ଜମିରେ ପଡିଛି ମୃତଦେହ । ମୃତକଙ୍କ ନାମ ସାଓଲାମି ଦେବା ବୋଲି ଜଣାପଡିଛି । ମାଲକାନଗିରି ଜିଲ୍ଲା ପଡିଆ ଥାନା ପାଲାଗୁଡ଼ା ଗାଁର ଘଟଣା ।

ଖବର ଅନୁଯାୟୀ, ମାଲକାନଗିରି ପାଲାଗୁଡ଼ା ଗାଁର ଏକ ଚାଷ ଜମିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକେ । ଏହାପରେ ତୁରନ୍ତ ପୋଲିସ ଓ ମୃତକଙ୍କ ପରିବାରକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପଡିଆ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ମୃତ ବ୍ୟକ୍ତିଙ୍କ ପୁଅ ସାଓଲାମି ଇଶ୍ୱର ନିକଟସ୍ଥ ଥାନାରେ ଏତଲା ଦେଇଛନ୍ତି ।

ସେହିପରି ଘଟଣାର ଅଧିକ ତଦନ୍ତ ଲାଗି କୋରାପୁଟରୁ ସାଇଣ୍ଟିଫିକ୍‌ ଟିମ୍‌କୁ ଖବର ଦିଆଯାଇଛି । ଟିମ୍‌ ଆସି ତଦନ୍ତ କରିବ ବୋଲି ପଡିଆ ଥାନା ଏସ୍‌ଆଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking