19.1 C
Bhubaneswar
Sunday, November 24, 2024
Homeଅପରାଧକାଠ ଫାଳିଆରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା

କାଠ ଫାଳିଆରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା

ବ୍ରହ୍ମପୁର: ସାମାନ୍ୟ ବଚସାକୁ ନେଇ ଜଣେ ବୃଦ୍ଧାକୁ କାଠ ଫାଳିଆ ପିଟି ପିଟି ହତ୍ୟା କରାଯାଇଥିବା ସଦର ଥାନାରେ ଅଭିଯୋଗ ହୋଇଛି । ମୃତ ବୁଦ୍ଧା ଜଣଙ୍କ ହେଲେ ବାଲିପଡ଼ା ଗ୍ରାମର ଜୁରିଆ ବିଷୋୟୀ(୫୬) । ଏ ନେଇ ମୃତ ଜୁରିଆଙ୍କ ଭାଇ ରାମ ବିଷୋୟୀଙ୍କ ଅଭିଯୋଗ କ୍ରମେ ପୁଲିସ କେସ୍ ନଂ ୧୫୨/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା ।

ଏହି ଘଟଣାରେ ପୁଲିସ ଡେଙ୍ଗାପଦର ଗ୍ରାମରେ ବେଲ୍ଡିଂ ଦୋକାନ କରିଥିବା ବ୍ରହ୍ମପୁର ଗେଟବଜ଼ାର ବିଲ ସାହିର ମୂଳ ନିବାସୀ ବିଜୁ ବେହେରା(୨୯)ଙ୍କୁ ଗିରଫ କରିଛି । ଘଟଣା ବେଳେ ବ୍ୟବହାର କରାଯାଥଇ ଥିବା ରକ୍ତଭିଜା କାଠ ଫାଳିଆ ଓ ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କୁ ପୁଲିସ ହତ୍ୟା ମାମଲା ବୁଧବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ଗତ ୭ ତାରିଖରେ ବାଲିପଡ଼ା ଗ୍ରାମର ଜୁରିଆ ବିଷୋୟୀ ମଦ୍ୟପାନ ନିମନ୍ତେ ନିକଟସ୍ଥ ନୂଆପଢା ଗ୍ରାମକୁ ଯାଇଥିଲେ ।

ସେଠାରେ ବିଜୁ ବେହେରା ପହଞ୍ଚିଥିଲା । ଉଭୟେ ମଦ୍ୟପାନ କରିଥିଲେ । କୌଣସି କାରଣକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ସେଠାରେ ସାମାନ୍ୟ ବଚସା ହୋଇଥିଲା । ବିଜୁ ଉକ୍ତ ବୃଦ୍ଧଙ୍କୁ ଆକ୍ରମଣ କରିବା ସହ ଠେଲାପେଲା କରିଥିଲେ । ଯାହାଫଳରେ ବୃଦ୍ଧ ଜଣଙ୍କ ତଳେ ପଢି ଯାଇଥିଲେ । ପରେ ବିଜୁ ବେହେରା ଏକ କାଠ ଫଳିଆରେ ଜୁରିଆଙ୍କ ମୁଣ୍ଡ ଓ ମୁହଁକୁ ବାରମ୍ବାର ଆକ୍ରମଣ କରିଥିଲେ । ଏହା ପରେ ବିଜୁ ନିକଟରେ ଥିବା ଏକ କୋଠଘରେ ଉକ୍ତ କାଠ ଫଳିଆ ଫିଙ୍ଗି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।

ଏହା ପରେ ଘଟଣା ସମ୍ପର୍କରେ ଗ୍ରାମବାସୀ ଭାଇ ରାମ ବିଷୋୟୀଙ୍କୁ ଜଣାଇ ଥିଲେ । ଖବର ପାଇ ସେ ନୂଆପଢା ଗ୍ରାମରେ ପହଞ୍ଚିଥିବା ବେଳେ ରକ୍ତାକ୍ତ ଅବସ୍ଥାରେ ବଡ଼ିଥିବା ଦେଖିବାକୁ ପାଇଥିଲେ । ଗୁରୁତର ଅବସ୍ଥାରେ ଜୁରିଆଙ୍କୁ ସ୍ଥାନୀୟ ଲୋକ ଓ ତାଙ୍କ ଭାଇ ଉଦ୍ଧାର କରି ଚିକିତ୍ସା ପାଇଁ ଏମ୍‌କେସିଜି ମେଡିକାଲ ପଠାଇଥିଲେ । ମଙ୍ଗଳବାର ରାତ୍ର ଡାକ୍ତର ଜୁରିଆଙ୍କ ମୃତ୍ୟୁ ଘୋଷଣା କରିଥିବା ପୁଲିସ କହିଛି । ଏହି ଘଟଣାରେ ପୁଲିସ ଅଭିଯୁକ୍ତ ବିଜୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking