29.1 C
Bhubaneswar
Saturday, October 5, 2024
Homeଅପରାଧଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା

ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା

ଯାଜପୁର : ଧର୍ମଶାଳା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମରେ ଯୌତୁକ ପାଇଁ ନବବଧୂଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସ୍ୱାମୀଙ୍କ୍‌ୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ପ୍ରକାଶ ଯେ, ଧର୍ମଶାଳା ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ରବିନ୍ଦ୍ର ଜେନାଙ୍କ ପୁଅ ଜିତେନ୍ଦ୍ର ଜେନା ମାହାଙ୍ଗା ଥାନା ଅନ୍ତର୍ଗତ ବରଅଠା ଅଲିନଗରର ଗ୍ରାମର ମାଧବାନନ୍ଦ ବଳଙ୍କ ଝିଅ ରଶ୍ମିତାଙ୍କୁ ଗତବର୍ଷର୍ ବିବାହ କରିଥିଲେ ।

କିଛି ମାସ ପରେ ଅଧିକ ଯୌତୁକ ଆଣିବାକୁ ଶାଶୂଘର ଲୋକେ ରଶ୍ମିତା ଉପରେ ଚାପ ପକାଇବା ସହ ଶାରିରୀକ ଓ ମନସିକ ନିର୍ଯାତନା ଦେଇଥିଲେ । ଫଳରେ ରଶ୍ମିତାଙ୍କ ବାପା ଭଦ୍ରଲୋକଙ୍କ ସହଯୋଗରେ ଅନେକ ଥର ଆପୋଷ ସମାଧାନ କରିଥିଲେ । ହେଲେ ସୋମବାର ରଶ୍ମିତା ରଶି ଲଗାଇ ଆତ୍ମହତ୍ୟା କରିଛି ବୋଲି ବିଳମ୍ବିତ ରାତିରେ ତାଙ୍କ ଜ୍ୱାଇଁ ଜିତେନ୍ଦ୍ର ଫୋନ କରି ଜଣାଇଥିଲେ । ତେବେ ଅଧିକ ଯୌତୁକ ପାଇଁ ଝିଅକୁ ହତ୍ୟା କରି ଅତ୍ମହତ୍ୟାର ରୂପ ଦେଇଥିବା ରଶ୍ମିତାଙ୍କ ବାପା ଅଭିଯୋଗ କରିଛନ୍ତି । ଏ ନେଇ ଧର୍ମଶାଳା ପୁଲିସ ଏକ ମାମଲା ରୁଜୁ କରିବା ସହ ସହ ସ୍ୱାମୀ ଜିତେନ୍ଦ୍ରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଲାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking