ଭୁବନେଶ୍ୱର: ବୁକ୍ଷ ହିଁ ଜୀବନ ପରିବେଶ କୁ ରକ୍ଷା କରି ଜୀବ ଜଗତ ସୁରକ୍ଷା ଦେବା ପାଇଁ ସଂକଳ୍ପ ନେଇ ନବ ଉତ୍କଳ ମହିଳା ସମିତି ପକ୍ଷରୁ ବିଭିନ୍ନ ସ୍ଥାନ ରେ ବୁକ୍ଷ ରୋପଣ କାର୍ଯ୍ୟ କ୍ରମ ଆରମ୍ବ କରିଛିl ଆଜି ଦିବା ଦଶ ଘଟିକା ସମୟରେ ପବିତ୍ର ବ୍ୟାସ ପୂର୍ଣ୍ଣିମା ଓ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ନବ ଉତ୍କଳ ମହିଳା ସମିତି ପକ୍ଷରୁ ସୁକିନ୍ଦା ଥାନା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି l ବୃକ୍ଷ ହିଁ ଜୀବନ,ବୃକ୍ଷ ବଞ୍ଚିଲେ ଜୀବ ଜଗତ ବଞ୍ଚିରହିବ, ଗୋଟିଏ ମାନବ ସୁସ୍ଥ ଓ ନିରାମୟ ଜୀବନ ଧାରଣ ନିମନ୍ତେ ଦୁଇଟି ବୃକ୍ଷ ବଞ୍ଚିରହିବା ନିହାତି ଆବଶ୍ୟକ l ସମିତି ପକ୍ଷରୁ ପ୍ରତ୍ୟକବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥାଏ l ଏବଂ ବୃକ୍ଷ ରୋପଣ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଏ l
ଏହି କାର୍ଯ୍ୟକ୍ରମରେ ମହିଳାସମିତିର ସଭାନେତ୍ରୀ ଅମୂଲୀ ପହି, ଉପ ସଭାନେତ୍ରୀ ମମତା ବର୍ଦ୍ଧନ, ସମ୍ପାଦିକା ଜୟନ୍ତୀ ଜେନା, ସହ ସମ୍ପାଦିକା ସୁଜାତା ବାରିକ, ଯେମlମଣୀ କଅଁର ଙ୍କ ସହିତ ସୁକିନ୍ଦା ଥାନା ଅଧିକାରୀ କାବୁଲି ବାରିକ, ସବ୍ ଇନିସ୍ପେକ୍ଟର ହରିଶ୍ଚନ୍ଦ୍ର ସିଂ, ସବ ଇନିସ୍ପେକ୍ଟର ନିର୍ମଳ କୁମାର ସେନାପତି, ଏ ଏସ ଆଇ କଳ୍ପନା ନାୟକ, ଡି ଯେ ରାଉତ, ଯେ କଣ୍ଡେଲକେଲ୍, ସନ୍ତୋଷ ବେହେରା, ରସିକା ମୁଣ୍ଡା, ମନୋଜ ପୂର୍ତ୍ତି ଏବଂ ବନିତା ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରାଇଥିଲେ l