21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶ୧୦ ବର୍ଷ ଶିଶୁ କନ୍ୟାକୁ ଅପହରଣ କରି ୮୦ ବର୍ଷର ବୃଦ୍ଧ ସହ ବିବାହ

୧୦ ବର୍ଷ ଶିଶୁ କନ୍ୟାକୁ ଅପହରଣ କରି ୮୦ ବର୍ଷର ବୃଦ୍ଧ ସହ ବିବାହ

ଇସଲାମାବାଦ : ସଂଖ୍ୟାଲଘୁଙ୍କ ପାଇଁ ପାକିସ୍ତାନ ନର୍କ ପାଲଟି ଯାଇଛି। ସିନ୍ଧ କ୍ଷେତ୍ର ଶେଖ୍ ଭିରୋକିଆରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ହିନ୍ଦୁ ସମ୍ପ୍ରଦାୟର ଜଣେ ୧୦ ବର୍ଷୀୟ ଶିଶୁ କନ୍ୟାକୁ ଅପହରଣ କରି ୮୦ ବର୍ଷୀୟ ବୃଦ୍ଧ ସହ ବିବାହ କରାଇ ଦିଆଯାଇଛି। ଗତ ୨୨ ତାରିଖରେ ଏହି ଘଟଣା ଘଟିଥିଲା। ରିପୋର୍ଟ ଅନୁଯାୟୀ ଘାଟରେ ପୋଷାକ ସଫା କରୁଥିବାବେଳେ ଜମିଦାର ମୁଲା ରସିଦର ଗୁଣ୍ଡାମାନେ ଶିଶୁ କନ୍ୟାଙ୍କୁ ଅପହରଣ କରି ନେଇଥିଲେ। ପରେ ଜୋର ଜବରଦସ୍ତ ଧର୍ମ ପରିବର୍ତ୍ତନ କରି ବୃଦ୍ଧ ମୁଲ୍ଲା ରସିଦ ସହ ତାଙ୍କର ବିବାହ କରାଇ ଦେଇଥିଲେ। ଅଭିଯୋଗ ସତ୍ତ୍ବେ ପୁଲିସ ଏହି ଘଟଣାରେ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏତଲା ରୁଜୁ କରିବା ପାଇଁ ପୁଲିସ ଲାଞ୍ଚ ମାଗୁଛି। ସେହିପରି ଗତ ସୋମବାର ସିନ୍ଧର ତନ୍ଦୁ ମୁହମ୍ମନ ଖାନ ଜିଲ୍ଲାରୁ ଜଣେ ବିବାହିତ ହିନ୍ଦୁ ମହିଳାଙ୍କୁ ଅପହରଣ କରି ନିଆଯାଇଛି। ପରେ ଜୋର ଜବରଦସ୍ତ ଧର୍ମାନ୍ତରଣ କରାଇ ମଞ୍ଜୁର ଶେଖ୍ ସହ ବିବାହ କରାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking