ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ସଶସ୍ତ୍ର ଡକାୟତି ଶିଶୁ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ସୁନାଗହଣା, କଳାକନା ବୁଲାଇଲେ ମୁଖା ପିନ୍ଧା ଡକାୟତ । ଘରକୁ ଆସିଲେ ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା । ସୁନ୍ଦରଗଡ଼ ଥାନା ଦାଇଜମହୁଲ ଗାଁରେ ଏଭଳି ଡକାୟତି ହୋଇଛି । ୨ ଦୁର୍ବୁତ୍ତ ମୁଖାପିନ୍ଧି ଘରକୁ ଆସି ଲୁଟ କରିଛନ୍ତି ।ଘରେ ପସିବା ପରେ ୩ ବର୍ଷ ଶିଶୁ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇଇଥିଲେ। ପରେ ମହିଳା ପିନ୍ଧିଥିବା ସବୁ ଗହଣା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।









