ଖୋର୍ଦ୍ଧା: ଗତ ୧୭ ରାତିରେ ବାଲୁଗାଁରୁ ଅପହୃତ ବ୍ୟବସାୟୀ ଉଦ୍ଧାର । ବ୍ୟବସାୟୀ ଉଦ୍ଧାର ଓ ୫ ଅପହର୍ତ୍ତା ଗିରଫ ନେଇ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ନୟାଗଡ କଟକ ସହର ବେଣ୍ଟରୁ ଉଦ୍ଧାର କଲା ବାଲୁଗାଁ ପୋଲିସ । ୬ ଲକ୍ଷ ୨୫ ହଜାର ଟଙ୍କା, କାର, ବାଇକ ଓ ମାରଣାସ୍ତ୍ର ଜବତ କରାଯାଇଛି । ଅପହରଣ ପରେ ଅପହର୍ତ୍ତାମାନେ ନିଜକୁ ଭିଜିଲାନ୍ସ ବୋଲି କହିଥିଲେ । ପରିବାରକୁ ପ୍ରଥମେ କୋଟିଏ ଓ ପରେ ୫୦ ଲକ୍ଷ ଦାବି କରିଥିଲେ । ଏହାକୁ ନେଇ ପତ୍ନୀ ବାଲୁଗାଁ ଥାନାରେ ଜଣାଇବା ପରେ ଖୋଜିଥିଲା ପୋଲିସ ।










