30.1 C
Bhubaneswar
Monday, October 21, 2024
Homeଓଡିଶାସୋରରେ ଅପହୃତ ଶିଶୁପୁତ୍ର ଉଦ୍ଧାର

ସୋରରେ ଅପହୃତ ଶିଶୁପୁତ୍ର ଉଦ୍ଧାର

ବାଲେଶ୍ୱର: ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଅପହୃତ ଦେଢ ବର୍ଷର ଶିଶୁପୁତ୍ର ଉଦ୍ଧାର ହୋଇଛି। ଗୁରୁବାର ରାତିରେ ଅପହରଣ କରାଯାଇଥିବା ଅଭିଯୋଗ ପରେ ତନାଘନା କରିଥିଲା ପୁଲିସ। ବିଳମ୍ବିତ ରାତିରେ କୋର୍ଟ ଛକ ଆଦିବାସୀ ବସ୍ତିରୁ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୁଲିସ। ଶିଶୁପୁତ୍ରକୁ କିଏ ଓ କାହିଁକି ଅପହରଣ କରିଥିଲା ସେନେଇ ଖୋଳତାଡ କରିବା ସହ ଅପହରଣକାରୀକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ।

ସୂଚନା ଅନୁସାରେ ସୋର ପୌରପାଳିକା ଅନ୍ତର୍ଗତ ଢିପାସାହି ଗ୍ରାମର ପ୍ରତିମା ମୁର୍ମୁ ତାଙ୍କର ଦେଢ ବର୍ଷର ଶିଶୁପୁତ୍ର ଓ ଭଉଣୀଙ୍କୁ ନେଇ ଜଣେ ଓକିଲଙ୍କ ସହିତ ଡାକ୍ତରଖାନାକୁ ତାଙ୍କ ବଡ ମାଙ୍କ ମୃତ୍ୟୁ ସାର୍ଟିଫିକେଟ ଆଣିବାକୁ ଯାଇଥିଲେ। ମେଡିକାଲରେ ଶିଶୁପୁତ୍ରକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking