20.1 C
Bhubaneswar
Monday, November 18, 2024
Homeଓଡିଶାମାତିଛନ୍ତି ଅପହରଣକାରୀ : ୨୫୮ଜଣଙ୍କୁ ଅପହରଣ

ମାତିଛନ୍ତି ଅପହରଣକାରୀ : ୨୫୮ଜଣଙ୍କୁ ଅପହରଣ

ଭୁବନେଶ୍ୱର:  ରାଜଧାନୀରେ ଜାନୁୟାରୀ ମାସ ଆରମ୍ଭରୁ ନଭେମ୍ବର ମାସ ଶେଷ ସୁଦ୍ଧା ୨୫୮ଜଣଙ୍କୁ ଅପହରଣ କରାଯାଇଛି । ଏନେଇ ଭୁବନେଶ୍ୱର ସହରାଞ୍ଚଳ ପୁଲିସର ସମସ୍ତ ଥାନାରେ ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ପୁଲିସ ୧୪୭ଟି ମାମଲାର ତଦନ୍ତ ଶେଷ କରିଛି। ଏଥିସହ ୪୦ଜଣ ଅପହରଣକାରୀଙ୍କୁ ଗିରଫ କରିଥିବା ନେଇ କମିଶନରେଟ୍ ପୁଲିସର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ନୟାପଲ୍ଲୀ ଥାନାରେ ସର୍ବାଧିକ ୨୩ଟି ଅପହରଣ ମାମଲା, ମଞ୍ଚେଶ୍ୱର ଥାନାରେ ୨୦ଟି, କ୍ୟାପିଟାଲ ଥାନା ଏବଂ ବଡ଼ଗଡ ଥାନାରେ ୧୭ଟି, ସହିଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ୧୫ଟି, ଖାରବେଳନଗର ଓ ବାଲିଅନ୍ତା ଥାନାରେ ୧୩ଟି ମାମଲା ରୁଜୁ ହୋଇଥିଲା । ସେହିପରି ନନ୍ଦନକାନନ ଥାନାରେ ସର୍ବନିମ୍ନ ୩ଟି ମାମଲା ରୁଜୁ ହୋଇଥିବାବେଳେ ଧଉଳି ଥାନାରେ ୫ଟି, ଇନଫୋସିଟି ଥାନାରେ ୮ଟି, ଏୟାରପୋର୍ଟ, ଏୟାରଫିଲ୍ଡ, ତମାଣ୍ଡୋ ଓ ଲକ୍ଷ୍ମୀସାଗର ଥାନାରେ ୯ଟି ଲେଖାଏ ଅପହରଣ ଜନିତ ମାମଲା ରୁଜୁ ହୋଇଥିଲା । ପୂର୍ବବର୍ଷ ଗୁଡ଼ିକର ବକେୟା ଅପହରଣ ମାମଲା ଏବଂ ଏ ବର୍ଷ ରୁଜୁ ହୋଇଥିବା ଅପହରଣ ମାମଲାକୁ ଏକାଠି କରାଯାଇଥିଲା । ପରେ ଡ଼ିସିପି ଅଫିସରେ ଗଠିତ ହୋଇଥିବା ‘କିଡ୍‌ନାପିଙ୍ଗ୍ ଓ ମ୍ୟାନ୍ ମିସିଂ ସେଲ୍‌’ର ମିଳିତ ଉଦ୍ୟମରେ ସର୍ବମୋଟ୍ ୧୪୭ଟି ମାମଲାର ତଦନ୍ତ ଶେଷ ହୋଇପାରିଛି ।

କିଡନାପିଙ୍ଗ ଓ ମ୍ୟାନ୍ ମିସିଂ ସେଲ୍ ସର୍ବମୋଟ ୧୫୪ଟି ନାବାଳକ ଏବଂ ନାବାଳିକାମାନଙ୍କୁ ଠାବ କରିବା ସହ ୫୯ଟି ମାମଲାର ତଦନ୍ତ ଶେଷ କରିବାରେ ସାହାଯ୍ୟ କରିଥିବାବେଳେ ମଞ୍ଚେଶ୍ୱର ଥାନାର ସର୍ବାଧିକ ୧୭ଟି, ନୟାପଲ୍ଲୀ ଥାନାର ୧୩ଟି, କ୍ୟାପିଟାଲ ଥାନା ୧୧ଟି ମାମଲାର ତଦନ୍ତ ଶେଷ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ମେ’ ମାସରୁ ଭୁବନେଶ୍ୱର ଡ଼ିସିପି ଅଫିସରେ ଗଠିତ ହୋଇଥିବା ‘କିଡ୍‌ନାପିଙ୍ଗ୍ ଓ ମ୍ୟାନ୍ ମିସିଂ ସେଲ୍‌’ର ୨୦୦୮ମସିହାରୁ ରାଜଧାନୀର ବିଭିନ୍ନ ଥାନା ଗୁଡ଼ିକରେ ରୁଜୁ ହୋଇଥିବା ଅପହରଣ ମାମଲାର ତଦନ୍ତରେ ତଦନ୍ତକାରୀ ଅଫିସର ମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଆସୁଛି। ୧୮ବର୍ଷରୁ କମ୍ ବୟସର ନାବାଳକ ଓ ନାବାଳିକା ସ୍ୱଇଚ୍ଛାରେ ପାରିବାରିକ ଗଣ୍ଡଗୋଳ କିମ୍ବା ପ୍ରେମ ସମ୍ପର୍କ ଥାଇ ଘରୁ ପଳାୟନ କଲେ ମଧ୍ୟ ଆଇନଗତ ଦୃଷ୍ଟିକୋଣରୁ ଅପହରଣ ମାମଲା ରୁଜୁ କରାଯିବାର ପ୍ରାବଧାନ ରହିଛି । ‘କିଡ୍‌ନାପିଙ୍ଗ୍ ଓ ମ୍ୟାନ୍ ମିସିଂ ସେଲ୍‌’ ପ୍ରଚେଷ୍ଟା କ୍ରମେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଗୁଡ଼ିକରେ ୨୦୦୮ ମସିହାରୁ ରୁଜୁ ହୋଇଥିବା ଅପହରଣ ମାମଲା ମଧ୍ୟରୁ ଗତ ମେ’ ମାସରୁ ଏଯାବତ୍ ସମୁଦାୟ ୧୧୬୯ଜଣ ଅଭିଯୋଗକାରୀ ଏବଂ ଅପହରଣ ମାମଲାରେ ଅନ୍ତର୍ଭୁକ୍ତ ଥିବା ନାବାଳକ ଓ ନାବାଳିକାମାନଙ୍କୁ ଠାବ କରାଯାଇ ସେଲ ତରଫରୁ ସମ୍ପର୍କ କରାଯାଇଛି ।

ଅନ୍ୟପକ୍ଷେ ବହୁତ୍ ନାବାଳକ ଓ ନାବାଳିକା ସ୍ୱଇଚ୍ଛାରେ ପ୍ରେମସମ୍ପର୍କ କିମ୍ବା ପାରିବାରିକ ଗଣ୍ଡଗୋଳରୁ ଉତ୍‌କ୍ଷିପ୍ତ ହୋଇ ଘରୁ ପଳାୟନ କରୁଛନ୍ତି । ତେଣୁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାର ସ୍କୁଲ ଓ କଲେଜ ପିଲାମାନଙ୍କୁ ଏବାବଦରେ ସଚେତନ କରିବା ପାଇଁ ଡ଼ିସିପି ଅଫିସ ପକ୍ଷରୁ “ପ୍ରାରମ୍ଭ’ ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking