24.1 C
Bhubaneswar
Monday, November 25, 2024
Homeଓଡିଶାକିଆରା ଆଡ୍‌ଭାନି ଷ୍ଟେଫ୍ରି ବ୍ରାଣ୍ଡ୍ ଆମ୍ବାସଡର

କିଆରା ଆଡ୍‌ଭାନି ଷ୍ଟେଫ୍ରି ବ୍ରାଣ୍ଡ୍ ଆମ୍ବାସଡର

ଭୁବନେଶ୍ୱର: ମହିଳାଙ୍କ ମାସିକ ଋତୁସ୍ରାବ ସ୍ୱଚ୍ଛତା କ୍ଷେତ୍ରରେ ଭାରତର ଅଗ୍ରଣୀ ବ୍ରାଣ୍ଡ୍ ଷ୍ଟେଫ୍ରି ପକ୍ଷରୁ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କିଆରା ଆଡ୍‌ଭାନିଙ୍କୁ ଏହାର ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ଘୋଷଣା କରାଯାଇଛି । ଷ୍ଟେଫ୍ରି ସବୁବେଳେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଚାମ୍ପିଅନ୍ ରହିଥିବା ବେଳେ ମହିଳାଙ୍କ ସ୍ୱପ୍ନ ପୁରଣ କରିବା ପାଇଁ ସେମାନଙ୍କ ଯାତ୍ରାରେ ସହଯୋଗ କରିଆସୁଛି ।

ଷ୍ଟେଫ୍ରି ସିକ୍ୟୋର ଏକ୍ସଏଲ ଏହାର ସ୍ୱତନ୍ତ୍ର ଲିକ୍‌ଲକ୍ ଟେକ୍ନୋଲୋଜି ସହିତ ୧୨ ଘଣ୍ଟା ପର୍ଯ୍ୟନ୍ତ ଲିକେଜ୍ ସୁରକ୍ଷା ପ୍ରଦାନ କରୁଥାଏ ଯାହା ମହିଳାମାନଙ୍କୁ ନିଜର ପ୍ରତ୍ୟେକ ମୁହୂର୍ତ୍ତକୁ ସର୍ବାଧିକ କରିବା ପାଇଁ ଏକ ସୁଯୋଗ ଦେଇଥାଏ । ଷ୍ଟେଫ୍ରି ସହ ଏହି ସହଭାଗିତା ଉପରେ ମତ ରଖି କିଆରା କହିଛନ୍ତି, ‘ଆଜିର ଆଧୁନିକ ମହିଳାମାନେ ଅନ୍‌ଷ୍ଟପେବୁଲ ଅଟନ୍ତି ଏବଂ ମୁଁ ବାସ୍ତବରେ ବିଶ୍ୱାସ କରୁଛି ଯେ, ଆଜିର ମହିଳାମାନଙ୍କ ଉତ୍ସାହ, ସଙ୍କଳ୍ପବଦ୍ଧତା ଓ ସାହସକୁ କିଛି ବି ନୁଆଁଇ ପାରିବ ନାହିଁ ।

ମୁଁ ଷ୍ଟେଫ୍ରି ଏବଂ ଏହି ଆଇକୋନିକ୍ ବ୍ରାଣ୍ଡ୍‌ର ଚେହେରା ହୋଇ ଖୁସି ଅନୁଭବ କରୁଛି ଯାହା ଲକ୍ଷ ଲକ୍ଷ ଯୁବତୀ ଓ ମହିଳାମାନଙ୍କୁ ସେମାନଙ୍କର ସ୍ୱପ୍ନ ପୂରଣ କରିବା, ଋତୁସ୍ରାବ ସହ ଜଡିତ ଭୟ, ଲଜ୍ଜା ଓ ଅସହଜତାରୁ ମୁକ୍ତ ହେବାରେ ସାହାଯ୍ୟ କରିବା ପାଇଁ ପ୍ରୟାସ କରୁଛି’ । ନୂଆ କ୍ୟାମ୍ପେନ୍ ସମ୍ପର୍କରେ ଜନ୍‌ସନ୍ ଆଣ୍ଡ୍ ଜନ୍‌ସନ୍ କଞ୍ଜ୍ୟୁମର ହେଲ୍‌ଥ, ମାର୍କେଟିଂ ବିଭାଗର ଉପାଧ୍ୟକ୍ଷ ଓ ଏସେନ୍ସିଆଲ ହେଲ୍‌ଥ ବିୟୁ ହେଡ୍ ମନୋଜ ଗାଡ୍‌ଗିଲ୍ କହିଛନ୍ତି, ‘ଷ୍ଟେଫ୍ରି ସବୁବେଳେ ଯୁବ ମହିଳାମାନଙ୍କ ଉତ୍ସାହ ଓ ଶକ୍ତିକୁ ପାଳନ କରିଆସୁଛି । ଷ୍ଟେଫ୍ରି ଏକ୍ସଏଲ୍‌ର ନୂଆ କ୍ୟାମ୍ପେନ୍ ‘ଦିନ୍ ତୁମ୍‌ହାରେ ସାଥ୍ ଚଲେଗା’ ସହିତ ଏହି ବ୍ରାଣ୍ଡ୍ ମହିଳାମାନଙ୍କୁ ନିଜ ସର୍ତରେ ଜୀବନକୁ ଆଗକୁ ବଢାଇ ନିଜର ସ୍ୱପ୍ନ ଓ ଆକାଂକ୍ଷାଗୁଡିକ ପୂରଣ କରିବା ପାଇଁ ସଶକ୍ତ କରୁଛି, ଯାହାଫଳରେ ସେମାନଙ୍କର ଦିନ ସେମାନଙ୍କ ସହ ଚାଲିଥାଏ ।

ଆମେ ଷ୍ଟେଫ୍ରି ପରିବାରର ଅଂଶ ଭାବେ କିଆରା ଆଡ୍‌ଭାନିଙ୍କୁ ନିଯୁକ୍ତ କରି ଆନନ୍ଦିତ ।” ଡିଡିବି ମୁଦ୍ରା ଗ୍ରୁପ୍‌ର ଚିଫ୍ କ୍ରିଏଟିଭ୍ ଅଫିସର ରାହୁଲ ମାଥ୍ୟୁ କହିଛନ୍ତି, ‘ଆମେ ସମସ୍ତେ ଏହି ଉପଦେଶ ଶୁଣିଛନ୍ତି ଯେ, କରିବାକୁ ବହୁତ କିଛି ଅଛି, କିନ୍ତୁ ସମୟ ଖବୁ କମ୍ ରହିଛି । ଏହାକୁ ଆଜିର ଯୁବପିଢି ସର୍ବାଧିକ ଅନୁଭବ କରୁଛନ୍ତି । ଷ୍ଟେଫ୍ରି ବିଶ୍ୱାସ କରୁଛି ଯେ, ପ୍ରତ୍ୟେକ ଝିଅଙ୍କର ନିଜ ସମୟ ଏବଂ ସେମାନେ ଏହା ସହ କ’ଣ କରିବାକୁ ଚାହୁଁଛନ୍ତି ତାହା ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରହିବା ଉଚିତ, ଏପରିକି ଯେତେବେଳେ ସେମାନେ ନିଜ ଋତୁସ୍ରାବରେ ଥାଆନ୍ତି । କିଆରାଙ୍କଠାରେ ଆମେ ଏହି ବାର୍ତ୍ତାକୁ ପ୍ରଦାନ କରିବା ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କୁ ପାଇଥିଲୁ । ସେମଧ୍ୟ ଏସବୁ କରିଛନ୍ତି ଏବଂ ଏଭଳି ଜଣେ ବ୍ୟକ୍ତି ଯାହାକୁ ଆଜିର ଝିଅମାନେ ଅନୁସରଣ କରୁଛନ୍ତି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking