20.1 C
Bhubaneswar
Wednesday, December 24, 2025
Homeଖେଳଜାନୁଆରୀ ୧୩ରେ ଖୋ ଖୋ ବିଶ୍ୱକପ୍

ଜାନୁଆରୀ ୧୩ରେ ଖୋ ଖୋ ବିଶ୍ୱକପ୍

ନୂଆଦିଲ୍ଲୀ: ଖୋ ଖୋ ବିଶ୍ୱକପ୍ ୨୦୨୫ ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଆଇଜିଏମ୍ ଷ୍ଟାଡିୟମ୍‌ରେ ଆୟୋଜିତ ହେବ। ବୁଧବାର ଭାରତୀୟ ଖୋ ଖୋ ମହାସଂଘ (କେକେଏଫ୍‌ଆଇ) ଏହି ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ୍‌ରେ ୨୪ ଦେଶର ଉଭୟ ପୁରୁଷ ଓ ମହିଳା ଟିମ୍ ଭାଗନେବେ। ଚାମ୍ପିଅନ୍‌ଶିପ୍‌ରେ ୧୬ ପୁରୁଷ ୧୬ ମହିଳା ଟିମ୍ ଟ୍ରଫି ପାଇଁ ଲଢ଼େଇ କରିବେ।

କେକେଏଫ୍‌ଆଇ ସଭାପତି ସୁଧାଂଶୁ ମିତ୍ତଲ କହିଛନ୍ତି, ‘ଖୋ ଖୋ ଆମ ମାଟିର କ୍ରୀଡ଼ା ହୋଇଥିବା ବେଳେ ଆଜି ଏହା ଏକ ଅନ୍ତର୍ଜାତୀୟ କ୍ରୀଡ଼ାରେ ପରିଣତ ହୋଇଛି। ଏଥିପାଇଁ ଆମେ ଗର୍ବିତ।’ ବିଶ୍ୱକପ୍ ପୂର୍ବରୁ ଦେଶର ୧୦ଟି ସହରର ୨୦୦ ଏଲିଟ୍ ସ୍କୁଲ୍‌ରେ ଖୋ ଖୋର ପ୍ରମୋଟ୍ ପାଇଁ ମହାସଂଘ ଯୋଜନା ରଖିଛି। ସେହିପରି ଏହି ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ଅତିକମ୍‌ରେ ୫ ଲକ୍ଷ ଖେଳାଳିଙ୍କୁ ରେଜିଷ୍ଟର କରିବା ଲକ୍ଷ୍ୟରେ ମହାସଂଘ ସ୍କୁଲ୍ ଛାତ୍ରଙ୍କ ମଧ୍ୟରେ ଏକ ସଦସ୍ୟତା ଅଭିଯାନ ଚଳାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking