31.1 C
Bhubaneswar
Monday, September 30, 2024
Homeମନୋରଞ୍ଜନକ୍ୟାନସରରେ ପୀଡିତ ‘କେଜିଏଫ’ ଷ୍ଟାର: ଦିନକୁ ଦିନ ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା, ଚିକିତ୍ସା ପାଇଁ ଅର୍ଥ ସାଜିଛି...

କ୍ୟାନସରରେ ପୀଡିତ ‘କେଜିଏଫ’ ଷ୍ଟାର: ଦିନକୁ ଦିନ ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ମୁମ୍ବାଇ : ସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ ‘କେଜିଏଫ’ ବକ୍ସ ଅଫିସଲରେ ଧମାଲ କରିଥିଲା। ଏହି ଫିଲ୍ମରେ ଖାସିମ ଚାଚା ଭୂମିକାରେ ନଜର ଆସିଥିବା କନ୍ନଡ ଅଭିନେତା ହରିଶ ରାୟଙ୍କୁ ସମସ୍ତେ ନିଶ୍ଚିତ ଜାଣିଥିବେ। ଅଭିନେତା ଜଣକ ଏବେ କ୍ୟାନସରରେ ପୀଡିତ ରହିଛନ୍ତି। କ୍ୟାନସରରେ ପୀଡିତ ହୋଇ ଅଭିନେତା ଚତୁର୍ଥ ଷ୍ଟେଜରେ ରହିଛନ୍ତି। ନିକଟରେ ଏକ ୟୁଟ୍ୟୁବର ସହିତ ଇଣ୍ଟରଭ୍ୟୁ ସମୟରେ ନିଜର ସ୍ୱାସ୍ଥ୍ୟବସ୍ଥା ବିଷୟରେ କହିଥିଲେ। ଅଭିନେତା ଜଣକ ଖୁଲାସା କରିଥିଲେ, ଗତ ତିନି ବର୍ଷ ହେଲାଣି କ୍ୟାନସରରେ ପୀଡିତ ରହିଛନ୍ତି। ଆଉ କେଜିଏଫର ସୁଟିଂ ସମୟରେ ମଧ୍ୟ ରୋଗରେ ପୀଡିତ ଥିଲେ।

ଇଣ୍ଟରଭ୍ୟୁ ସମୟରେ ଅଭିନେତା ଜଣକ କହିଥିଲେ, ପ୍ରଥମେ ତାଙ୍କୁ ଥାଇରଏଡ ଥିଲା, ଯାହା ପରେ କ୍ୟାନସରର ରୂପ ନେଇଥିଲା। ଗତ ୩ ବର୍ଷ ହେଲାଣି କ୍ୟାନସରରେ ପୀଡିତ ହୋଇଥିବା ସତ୍ତ୍ୱେ ତାଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ ନଥିଲା। ଅଭିନେତା ଜଣକ ଅନେକ ସମୟରୁ ନିଜର ରୋଗକୁ ଲୁଚାଇ ରଖିଥିଲେ। ଯଦି ସେ କ୍ୟାନସର କଥା କୁହନ୍ତି, ତେବେ ତାଙ୍କ ହାତରୁ ଅନେକ ପ୍ରୋଜେକ୍ଟ ଚାଲିଯାଇଥାନ୍ତା। ତେଣୁକରି ଭୟରେ କ୍ୟାନସର କଥା କାହାକୁ ବି କହୁନଥିଲେ। ପାଖରେ ପଇସା ନଥିବା ଯୋଗୁଁ ସର୍ଜରୀ ମଧ୍ୟ କରିଥିଲେ। ‘କେଜିଏଫ ଚାପ୍ଟର୨’ର ରିଲିଜକୁ ଅପେକ୍ଷା କରିଥିଲେ। ଏବେ କିନ୍ତୁ ଅଭିନେତା ଜଣକ କ୍ୟାନସରର ୪ର୍ଥ ଷ୍ଟେଜରେ ରହିଛନ୍ତି। ତାଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି।

ଆହୁରି ମଧ୍ୟ କହିଛନ୍ତି, ଗତ ୩ ବର୍ଷ ହେଲାଣି କ୍ୟାନସର ସହିତ ଲଢୁଛି। କେଜିଏଫ ସୁଟିଂ ସମୟରେ ମୋର ଲମ୍ବା ଦାଢି ରଖିବାର କାରଣ ରହିଥିଲା। କାରଣ ମୋ ମୁଁ କ୍ୟାନସର ଯୋଗୁଁ ସିଝିଲା ଭଳି ହୋଇଯାଇଥିଲା। ଏହାକୁ ଲୁଚାଇବା ପାଇଁ ଲମ୍ବା ଦାଢି ରଖିଥିଲି। ପଇସା ଅଭାବ ଯୋଗୁଁ ଅନେକ ଫ୍ୟାନ୍ସ ଏବଂ ଇଣ୍ଡଷ୍ଟ୍ରୀ ଠାରୁ ସହାୟତା ମାଗିବା ପାଇଁ ଏକ ଭିଡିଓ ରେକର୍ଡ କରିଥିଲେ। କିନ୍ତୁ ପୋଷ୍ଟ କରିପାରିନଥିଲେ।

ସୂଚନାଯୋଗ୍ୟ, ୨୦୧୮ରେ ଆଜସିଥିବା ଫିଲ୍ମ ‘କେଜିଏଫ’ ଏବଂ କେଜଏଫ ଚାପ୍ଟର ୨ରେ ରକି ଭାଇଙ୍କ ଚାଚା ଭୂମିକାରେ ନଜର ଆସିଥିଲେ ହରିଶ ରାୟ। ଏହାଛଡା ‘ବାଙ୍ଗାଲୋର ଅଣ୍ଡରଓ୍ଵାର୍ଲ୍ଡ’ ‘ଧନଧନା ଧନ’ ଭଳି ଫିଲ୍ମରେ ମଧ୍ୟ କାମ କରିଛନ୍ତି। ୨୫ ବର୍ଷରୁ ଅଧିକ ସମୟ କନ୍ନଡ ଫିଲ୍ମରେ କାମ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking