25.1 C
Bhubaneswar
Tuesday, October 22, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ଉପଯୋଗୀ କେସର

ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ କେସର

ଭୁବନେଶ୍ଵର: କେସର ହେଉଛି ବହୁତ ମୂଲ୍ୟବାନ ଜିନିଷ । ଏହାର ଅତ୍ୟଧିକ ମୂଲ୍ୟ ହୋଇଥିବାରୁ ଲୋକମାନେ ଏହାକୁ କିଣିନଥାନ୍ତି । ହେଲେ ଏହା ଆମ ଶରୀର ପାଇଁ ଅନେକ ଲାଭଦାୟୀ ହୋଇଥାଏ । କେସର ଖାଇବା ଦ୍ୱାରା ଏହା ଆମର ମାନସିକ ସନ୍ତୁଳନ ଠିକ ରହିଥାଏ । ଏହା ସହ କେସର ଆମ ସ୍ମୃତିଶକ୍ତି ବଢେଇଥାଏ । କେସରରେ ଅନେକ ଏପରି ଉତ୍ପାଦନ ଥାଏ ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏଥିରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡାଣ୍ଟସ୍‌ ରହିଛି । ଯାହା ସାଧାରଣ ଭାଇରାଲ ରୋଗ ଯେପରି ଥଣ୍ଡା, କାଶ, ଜ୍ୱର ଭଳି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କେସର ରକ୍ତଚାପ କମ କରିବାରେ ସାହାର୍ଯ୍ୟ କରିଥାଏ । ଏହାସହ ଶ୍ୱାସକ୍ରିୟା ବୃଦ୍ଧି କରିବାରେ ସାହାଯ୍ୟ କରିପାରେ । ଖାଦ୍ୟ ହଜମ କରିବା ପାଇଁ କେସର ବହୁତ ଲଭଦାୟୀ ହୋଇଥାଏ । କେସର ରକ୍ତରେ ବଢ଼ିଯାଇଥିବା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ ଏବଂ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସବୁଠାରୁ ବଡ କଥା ହେଲା କେସର ଆମ ତ୍ଵଚାକୁ ମଧ୍ୟ ସୁରକ୍ଷା ଦେଇଥାଏ । ସୁନ୍ଦର ଓ ସୁସ୍ଥ ତ୍ଵଚା ପାଇଁ କେଶର ରାମବାଣ ସଦୃଶ୍ୟ ହୋଇଥାଏ । ତ୍ଵଚାରେ ଥିବା କଳାଦାଗ ଓ କୁଞ୍ଚିକୁ ହ୍ରାସ କରିଥାଏ କେସର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking