19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶକେରଳରେ ଭୂସ୍ଖଳନ : ୧୯ ମୃତ

କେରଳରେ ଭୂସ୍ଖଳନ : ୧୯ ମୃତ

କେରଳ : କେରଳରେ ଭୟଙ୍କର ଭୂସ୍ଖଳନ। କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏଥିରେ ଅତିକମ୍‌ରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଭୂସ୍ଖଳନ ଯୋଗୁ ୧୦୦ରୁ ଅଧିକ ଲୋକ ଫଶି ରହିଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆଜି ଭୋରୁ ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଦୁଇ ଦୁଇଟି ଭୂସ୍ଖଳନ ଘଟିଛି। ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟା ୧୦ରେ ଆଉ ଏକ ଭୂସ୍ଖଳନ ଘଟିଥିଲା। ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ଆବର୍ଜନା ତଳେ ଫଶି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟରେ କେଏସଡିଏମଏ ଓ ଏନଡିଆରଏଫ୍ ନିୟୋଜିତ ଅଛନ୍ତି। ସେପଟେ ବାୟୁସେନାର ଦୁଇଟି ହେଲିକପ୍ଟର ଏମଆଇ ୧୭ ଓ ଏଏଲଏଚ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି। ମୃତକଙ୍କ ମଧ୍ୟରେ ୨ ଛୋଟ ପିଲାଙ୍କ ସମେତ ୧୯ ଜଣ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଭୂସ୍ଖଳନ ଯୋଗୁ ୧୬ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଓ୍ୱାଇନାଡର ମେପ୍ପାଡିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଏହି ପ୍ରସଙ୍ଗରେ ନଜର ରଖିଛନ୍ତି। ସେ କହିଛନ୍ତି ଯେ ୱାଇନାଡରେ ଭୂସ୍ଖଳନ ପରେ ସମସ୍ତ ସମ୍ଭାବ୍ୟ ଉଦ୍ଧାର କାର୍ଯ୍ୟ ଯୋଗାଇ ଦିଆଯିବ। ଉଦ୍ଧାର କାର୍ଯ୍ୟରେ ରାଜ୍ୟର ସମସ୍ତ ସରକାରୀ ଏଜେନ୍ସି ନିୟୋଜିତ ଅଛନ୍ତି ବୋଲି ସେ କହିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking