23.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶହାରିଲେ କେଜ୍ରିୱାଲ ଓ ସିସୋଦିଆ

ହାରିଲେ କେଜ୍ରିୱାଲ ଓ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି(ଆପ୍)କୁ ଶକ୍ତ ଝଟକା ଲାଗିଛି। ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଚମତ୍କାର ପ୍ରଦର୍ଶନ ପରେ, ବିଜେପି କର୍ମୀମାନେ ଦେଶବ୍ୟାପୀ ଉତ୍ସବ ପାଳନ କରୁଛନ୍ତି। ଦୀର୍ଘ ୨୭ ବର୍ଷ ପରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ବିପୁଳ ବହୁମତ ସହିତ ସରକାର ଗଠନ କରିବାକୁ ଯାଉଛି। ଅନ୍ୟପଟେ ଆପ୍‌ର ଟାଣୁଆ ନେତାମାନଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି। ଖୋଦ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ପରାଜିତ ହୋଇଛନ୍ତି। ନୂଆଦିଲ୍ଲୀ ଆସନରୁ ଲଢ଼ୁଥିବା କେଜ୍ରିୱାଲ ବିଜେପି ପ୍ରାର୍ଥୀ ପରବେଶ ସାହିବ ସିଂହଙ୍କଠାରୁ ହାରିଯାଇଛନ୍ତି।

ସେହିପରି ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ବିଜେପି ପ୍ରାର୍ଥୀ ପରବିନ୍ଦର ସିଂହ ମରୱାଙ୍କଠାରୁ ପରାଜିତ ହୋଇଛନ୍ତି। ସିସୋଦିଆ ମାତ୍ର ୬୦୦ ଭୋଟରେ ହାରିଛନ୍ତି। ଏହା ଆପ୍‌ ପାଇଁ ଅତ୍ୟନ୍ତ ଲଜ୍ଜାଜନକ ପରାଜୟ ହେବ ବୋଲି କୁହାଯାଉଛି।

ଆଜି ସନ୍ଧ୍ୟା ୭ଟା ୪୫ରେ ଦିଲ୍ଲୀ ବିଜେପି ମୁଖ୍ୟାଳୟ ଯିବେ ପ୍ରଧାନମନ୍ତ୍ରୀ ମୋଦୀ। ସେଠାରେ ବିଜେପି କର୍ମୀଙ୍କୁ ସମ୍ବୋଧନ କରିବେ। ଯେତେବେଳେ ବି କୌଣସି ରାଜ୍ୟରେ ବିଜେପି ବିଜୟୀ ହୁଏ ମୋଦୀ ଗସ୍ତ କରି ନେତା ଓ କର୍ମୀଙ୍କୁ ଏଭଳି ସମ୍ବୋଧନ କରିଥାନ୍ତି । ତେଣୁ ଆଜି ମୋଦୀଙ୍କ ଦିଲ୍ଲୀ ଗସ୍ତ ଖବର ପରେ ଦିଲ୍ଲୀରେ ବିଜେପି ହିଁ ଜିତିବ ଓ ସରକାର ଗଢିବ ଏହା ଏକରକମ ସ୍ପଷ୍ଟ ହୋଇଛି। ଦିଲ୍ଲୀରେ ଡବଲ ଇଞ୍ଜିନ ସରକାର ଆସିବାକୁ ଯାଉଛି । ଦୀର୍ଘ ୨୭ ବର୍ଷ ପରେ ପୁଣି ଫେରୁଛି ବିଜେପି । ସେପଟେ ଟ୍ରେଣ୍ଡରେ ବିଜେପି ବହୁମତ ହାସଲ କରିଥିବାବେଳେ ବିଜେପି କାର୍ୟ୍ୟାଳୟରେ ପୁରା ଉତ୍ସବର ମାହୋଲ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking