28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶପୁଣି ବିଶ୍ୱାସ ପ୍ରସ୍ତାବ ଆଗତ କଲେ କେଜରିୱାଲ; କୋର୍ଟରେ ହାଜର ହେବା ଦିନ ଗୃହରେ ହେବ...

ପୁଣି ବିଶ୍ୱାସ ପ୍ରସ୍ତାବ ଆଗତ କଲେ କେଜରିୱାଲ; କୋର୍ଟରେ ହାଜର ହେବା ଦିନ ଗୃହରେ ହେବ ଆଲୋଚନା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶୁକ୍ରବାର ବିଧାନସଭାରେ ତୃତୀୟ ଥର ପାଇଁ ବିଶ୍ୱାସ ପ୍ରସ୍ତାବ ଆଗତ କରିଛନ୍ତି । ଏହା ଉପରେ ଆସନ୍ତା କାଲି ଅର୍ଥାତ୍ ୧୭ ଫେବ୍ରୁଆରୀରେ ଚର୍ଚ୍ଚା ହେବ । ବାଚସ୍ପତି ରାମ ନିବାସ ଗୋୟଲ ବିଶ୍ୱାସ ପ୍ରସ୍ତାବକୁ ଗ୍ରହଣ କରିବା ସହ ସଦନକୁ ଦିନକ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଶନିବାର ଏହି ବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ ବୋଲି ସେ କହିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି ଏପରି ଏକ ସମୟରେ କେଜରିୱାଲ ଗୃହରେ ବିଶ୍ୱାସ ପ୍ରସ୍ତାବ ଆଗତ କରିଛନ୍ତି ଏବଂ ଏପରି ଏକ ସମୟକୁ ଏହା ଉପରେ ଚର୍ଚ୍ଚା ପାଇଁ ଚୂଡାନ୍ତ କରାଯାଇଛି ଯେଉଁ ସମୟରେ ରାଉସ୍ ଆଭେନୁୂ୍ୟ କୋର୍ଟରେ କେଜରିୱାଲଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇସାରିଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେରା କରିବା ପାଇଁ କେଜରିୱାଲଙ୍କୁ ଇଡି ୬ଥର ସମନ୍ ଜାରି କରିଥିଲେ ମଧ୍ୟ ସେ ହାଜର ହୋଇନାହାନ୍ତି କିମ୍ବା ଜେରା ପ୍ରକ୍ରିୟାର ସମ୍ମୁଖୀନ ହୋଇନାହାନ୍ତି । ସେ ବର୍ତ୍ତମାନ ସୁଦ୍ଧା ଇଡି ଜେରା ପ୍ରକ୍ରିୟାକୁ ଏଡାଇ ଚାଲିଛନ୍ତି । ଏସବୁ ମଧ୍ୟରେ ଇଡି ପକ୍ଷରୁ ରାଉସ୍ ଆଭେନ୍ୟୁ କୋର୍ଟରେ କେଜରିୱାଲ୍‌ଙ୍କ ବିରୋଧରେ ପିଟିସନ୍ ଦାୟର କରାଯାଇଥିଲା । ଏହା ଉପରେ ଶୁଣାଣି କରି କୋର୍ଟ ଆସନନ୍ତ ୧୭ତାରିଖରେ କୋର୍ଟରେ ହାଜର ହେବାକୁ କେଜରିାୱାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଇଡି, ଜେରା କରିବା ପାଇଁ କେଜରିୱାଲଙ୍କୁ ଆସନ୍ତା ୧୯ରେ କାର୍ଯ୍ୟାଳୟ ଆସିବାକୁ ସମନ୍ ଜାରି କରିସାରିଛି ।

ଏହାପୂର୍ବରୁ ମଧ୍ୟ କେଜରିୱାଲ ୨ଥର ବିଶ୍ୱାସ ପତ୍ର ଆଗତ କରିସାରିଛନ୍ତି । ଅଗଷ୍ଟ ୨୦୨୨ରେ ସେ ପ୍ରଥମ ଥର ପାଇଁ ଗୃହରେ ବିଶ୍ୱାସ ପ୍ରସ୍ତାବ ଆଗତ କରିଥିବା ବେଳେ ୨୦୨୩ ମାର୍ଚ୍ଚରେ ଦ୍ୱିତୀୟ ଥର ପାଇଁ ବିଶ୍ୱାସ ପ୍ରସ୍ତାବ ଆଗତ କରିଥିଲେ । ସୂଚନାଯୋଗ୍ୟ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ କେଜରିୱାଲଙ୍କ ଦଳ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ପାଖରେ ଏବେ ୬୨ ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବିଜେପି ପାଖରେ ୮ ବିଧାୟକଙ୍କ ସମର୍ଥନ ରହିଛି । ଏବେ କେଜରିୱାଲ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ, ତାଙ୍କ ବିଧାୟକମାନଙ୍କୁ ଏହା କହି ଭୟଭୀତ କରାଯାଉଛି ଯେ, ତାଙ୍କୁ (କେଜରିୱାଲ) ଇଡି ଗିରଫ କରିବ । ସେହିପରି ବିଜେପି, ତାଙ୍କ ବିଧାୟକମାନଙ୍କୁ ଟଙ୍କା ଏବଂ ପଦବୀର ଲାଞ୍ଚ ଦେଖାଇ କିଣି ନେବାକୁ ଚେଷ୍ଟା କରୁଛି । ଏହି କାରଣରୁ ସେ ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଚାହୁଁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking