ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଇଡି ମାର୍ଚ୍ଚ ୧୧ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ କନ୍ୟା କେ. କବିତାଙ୍କୁ ଜେରା କରିବ । ପୂର୍ବରୁ ଇଡି ୯ ତାରିଖରେ ଜେରା ପାଇଁ ତାଙ୍କୁ ସମନ କରିଥିଲା । ମାତ୍ର ମାର୍ଚ୍ଚ ୧୦ ତାରିଖରେ ଦିଲ୍ଲୀର ଯନ୍ତର ମନ୍ତରରେ ମହିଳା ସଂରକ୍ଷଣ ବିଲ୍ ସମର୍ଥନରେ ଆମରଣ ଅନଶନ କରିବାକୁ ଥିବାରୁ ଏକ ସପ୍ତାହ ପାଇଁ ସମୟ ମାଗିଥିଲେ ।
ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତାଙ୍କ ଅନୁରୋଧ ସ୍ୱୀକାର କରି ଇଡି ତାଙ୍କୁ ନୂଆ ସମନ ଜାରି କରିଛି । ଯନ୍ତର ମନ୍ତରରେ ହରତାଳ ପରେ ଇଡି ଜେରା ନେଇ ନିଜ ଟିମ୍ ସହିତ ଆଲୋଚନା କରିବେ ବୋଲି କବିତା କହିଛନ୍ତି । ଏହା ସହିତ ଜେରାରେ ଇଡିକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କହିଛନ୍ତି ।