28.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶଗୁଗଲର ମୋଷ୍ଟ ସର୍ଚ୍ଚ ଏସିଆନ ତାଲିକାରେ କ୍ୟାଟ୍ରିନା; ପଛରେ ପଡିଲେ ଆଲିଆ, ଦୀପିକା

ଗୁଗଲର ମୋଷ୍ଟ ସର୍ଚ୍ଚ ଏସିଆନ ତାଲିକାରେ କ୍ୟାଟ୍ରିନା; ପଛରେ ପଡିଲେ ଆଲିଆ, ଦୀପିକା

ମୁମ୍ବାଇ: ବଲିଉଡ ଜଗତର ଚିକନି ଚାମେଲି ତଥା ବ୍ୟୁଟି କୁଇନ କ୍ୟାଟ୍ରିନା କୈଫ ଏବେ ପାଇଛନ୍ତି ଏକ ବଡ ଉପଲବ୍ଧି । ନିଜର ଅଭିନୟ ଏବଂ ସୁନ୍ଦରତା ପାଇଁ ପ୍ରଶଂସକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି କ୍ୟାଟ୍ । ଏହାର ଏକ ଉଦାୟରଣ ଏବେ ଦେଇଛି ଗୁଗଲ । ମୋଷ୍ଟ ସର୍ଚ୍ଚିଙ୍ଗ ଲିଷ୍ଟରେ ସେ ସ୍ଥାନ ପାଇଛନ୍ତି । ତେବେ କେବଳ ଦେଶର ନୁହେଁ ସମଗ୍ର ଗୁଗଲ ମୋଷ୍ଟ ସର୍ଚ୍ଚ ଏସିଆନ ତାଲିକାରେ ତାଙ୍କ ନାମ ରହିଛି । ଏହି ଲିଷ୍ଟରେ ଗଙ୍ଗୁବାଇ ଆଲିଆ ଭଟ୍ଟ ଏବଂ ଦୀପିକା ପାଦୁକୋନଙ୍କୁ ପଛରେ ପକାଇ ସେ ଏହି ଉପଲବ୍ଧି ହାସଲ କରିଛନ୍ତି ।

ବଲିଉଡର ଅନେକ ହିରୋଇନ ମାନଙ୍କୁ ପଛରେ ପକାଇ ସେ ତାଲିକାର ଚତୁର୍ଥ ସ୍ଥାନ ହାସଲ କରିଛନ୍ତି । ତେବେ କ୍ୟାଟ୍ରିନାଙ୍କ ପରେ ପଞ୍ଚମ ସ୍ଥାନରେ ରହିଛନ୍ତି ଆଲିଆ ଭଟ୍ଟ । ଏହାବ୍ୟତୀତ ଇଣ୍ଡିଆନ କ୍ରିକେଟର ବିରାଟ କୋହଲି ମୋଷ୍ଟ ସର୍ଚ୍ଚ ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା ଏବଂ ଅନ୍ୟ ଅଭିନେତ୍ରୀମାନଙ୍କୁ ପଛରେ ପକାଇ ଖୁବ ଆଗକୁ ଚାଲି ଯାଇଛନ୍ତି କ୍ୟାଟ୍ ।

ଫିଲ୍‌ମ ଛଡା କ୍ୟାଟ୍ରିନାଙ୍କ ‘କେ ବିୟୁଟି’ ବିଜନେଓ ମଧ୍ୟ ଖୁବ ସୁନ୍ଦର ପ୍ରଦର୍ଶନ କରିଛି । ତେବେ ଗତବର୍ଷ ଶେଷରେ ସେ ଅଭିନେତା ଭକ୍ଟକ୍ଟଳ କୌଶଲଙ୍କୁ ବିବାହ କରିଥିଲେ । ଏହାସହିତ ନାୟିକା ଫେମିନା ବିୟୁଟି ଆୱାର୍ଡରେ ବିୟୁଟି ଏଣ୍ଟରପ୍ରାଇଜର ଅୱାର୍ଡ ହାସଲ କରିଥିଲେ କ୍ୟାଟ୍ । ଆଗକୁ କ୍ୟାଟ୍ରିନାଙ୍କ ଟାଇଗର୍‌-୩ ଏବଂ ମେରୀ ଖ୍ରିଷ୍ଟମାସ ସହିତ ଜି ଲେ ଜରା ଭଳି ଦମଦାର ସିନେମା ରିଲିଜ ହେବାକୁ ଯାଉଛି ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking