ବେଙ୍ଗାଲୁର: କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । କାର୍ତ୍ତିକ ମାସ ଉତ୍ସବ ପାଳନ କରୁଥିବା ଶ୍ରଦ୍ଧାଳୁଙ୍କ ଉପରେ ଶ୍ରୀ ବୀରଭଦ୍ରେଶ୍ୱର ମନ୍ଦିରର ରଥ ଓଲଟି ଖସି ପଡ଼ିଥିଲା । ସୌଭାଗ୍ୟକମେ ଏହି ଦୁର୍ଘଟଣାରେ କେହି ହତାହତ ହୋଇନାହାନ୍ତି । ଜିଲ୍ଲାର ଚନ୍ନପ୍ପନପୁରା ଗାଁରେ ଲୋକମାନେ ଶ୍ରୀ ବୀରଭଦ୍ରେଶ୍ୱର ମନ୍ଦିରର ରଥ ସହିତ ଶୋଭାଯାତ୍ରା ବାହାରକରି କାର୍ତ୍ତିମାନ ଉତ୍ସବ ପାଳନ କରୁଥିଲେ । ଏହି ସମୟରେ ମନ୍ଦିର ପରିସରରେ ଅନାଚକ ରଥର ଏକ ଅଂଶ ଶ୍ରଦ୍ଧାଳୁଙ୍କ ଭିଡ଼ ଉପରେ ଖସିପଡ଼ିଥିଲା । ଏହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଶନିବାର ଶିବମୋଗା ଜିଲ୍ଲାର ଦୁଇଟି ଗାଁରେ ବଦଳ ଦୌଡ଼ ପ୍ରତିଯୋଗିତାରେ ବେଳେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା । ବଳଦ ଦୌଡ଼ ପ୍ରତିଯୋଗିତା ରାଜ୍ୟର ତଟବର୍ତ୍ତୀ ଅଞ୍ଚଳରେ ଆୟୋଜିତ ଏକ ପାରମ୍ପରିକ ଉତ୍ସବ । ଏହା ହୋରୀ ହଽା ନାମରେ ଜଣାଶୁଣା । ଏହି ଅବସରରେ ସ୍ଥାନୀୟ ଲୋକମାନେ ଦୌଡ଼ ପ୍ରତିଯୋଗିତାରେ ଭାଗନେବା ପାଇଁ ନିଜ ନିଜର ବଳଦଙ୍କୁ ସଜ୍ଜିତ କରି ଆଣିଥାନ୍ତି ।