20.1 C
Bhubaneswar
Thursday, December 5, 2024
Homeଅପରାଧଭୁବନେଶ୍ୱରରେ କଙ୍ଗାରୁ କୋର୍ଟ: ୪ ମହିଳା ଗିରଫ

ଭୁବନେଶ୍ୱରରେ କଙ୍ଗାରୁ କୋର୍ଟ: ୪ ମହିଳା ଗିରଫ

ଭୁବନେଶ୍ୱର: ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ହାତଗୋଡ ବାନ୍ଧି ବିଳମ୍ବିତ ରାତିରେ ନିର୍ଧୁମ ମାଡ ମାରିବା ଘଟଣାରେ ଆକ୍ସନ ମୁଡକୁ ଆସିଛି କମିଶନରେଟ୍‍ ପୁଲିସ । ଆକ୍ରମଣ ଘଟଣାରେ ୪ ଜଣ ମହିଳାଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୁଲିସ । ମଞ୍ଚେଶ୍ୱର ଥାନା ଲେପଶ୍ରୀ କଲୋନୀର ରଶ୍ମି ପାତ୍ର(୩୮), ମଞ୍ଚେଶ୍ୱର ଥାନା ପୁଲିସ ଲେପଶ୍ରୀ କଲୋନୀର ମଞ୍ଜୁଲତା ବାରିକ(୪୫), ଜାମିନ ପ୍ରଧାନ(୩୦) ଓ ଲକ୍ଷ୍ମୀ ସିଂ(୩୦) । ୪ ମହିଳାଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି ।

ଜାମିନ ନାମଞ୍ଜୁର ହୋଇଯିବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଅନ୍ୟ ପଟେ ମହିଳାଙ୍କୁ ବାନ୍ଧି ଆକ୍ରମଣ କରିବା ଘଟଣାରେ ୫ ରୁ ଅଧିକ ଯୁବକ ସାମିଲ ଥିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉକୁ ଜୋରଦାର କରିଛି । ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଜଗନ୍ନାଥନଗର ଲେପ୍ରୋସି କଲୋନୀରେ ରାହୁଥବା ବେଳେ ଦିନମଜୁରିଆ ଭାବେ କାର୍ଯ୍ୟ କରନ୍ତି । ପୀଡ଼ିତା ଜଣକ ସେହି କଲୋନୀରେ ରହୁଥିବା ଜଣେ ଯୁବକଙ୍କୁ ବାରମ୍ବାର ଦେଖା କରିବାକୁ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ କିଛି ଖରାପ ସମ୍ପର୍କ ଥିବା ସନ୍ଦେହ କରି ସମ୍ପୃକ୍ତ କଲୋନୀରେ ରହୁଥିବା ଗିରଫ ଚାରିଜଣ ଅଭିଯୁକ୍ତ ତାଙ୍କୁ ସେଠାକୁ ନଆସିବା ପାଇଁ ତାଗିଦ କରିବା ସହିତ ନାନାପ୍ରକାର ଧମକ ଦେଇଥିଲେ । ଯେହେତୁ ଯୁବକ ଜଣକ ପୀଡିତାଙ୍କ ନିକଟରୁ ଟଙ୍କା ଧାର ସୂତ୍ରରେ ନେଇ ଆଉ ଫେରାଇ ନଥିଲେ, ସେଥିଲାଗି ପୀଡ଼ିତା ଜଣକ ଅଭିଯୁକ୍ତ ମାନଙ୍କ କଥାକୁ ଗୁରୁତ୍ୱ ନଦେଇ ଟଙ୍କା ଫେରସ୍ତ ପାଇବା ଆଶାରେ ଯୁବକ ନିକଟକୁ ବାରମ୍ବାର ଯାଉଥିଲେ ।

ଘଟଣାଦିନ ସମ୍ପୃକ୍ତ ପୀଡ଼ିତା ଜଣକ ଉକ୍ତ ଯୁବକଙ୍କ ନିକଟକୁ ଯାଇଥିବା ସମୟରେ ନିମ୍ନୋକ୍ତ ଚାରି ଅଭିଯୁକ୍ତ ଉଭୟଙ୍କୁ ଏକାଠି ଦେଖିନେଇ ସେମାନଙ୍କୁ କାବୁ କରିବା ନିମନ୍ତେ ଚେଷ୍ଠା କରିଥିଲେ । ଏହି ସମୟରେ ଯୁବକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିବା ବେଳେ ନିମ୍ନୋକ୍ତ ଅଭିଯୁକ୍ତ ମାନେ ପିଡ଼ିତାଙ୍କୁ ଧରି ଏକ ଏଲେକ୍ଟ୍ରିକ ଖୁଣ୍ଟରେ କତାରଶି ସାହାଯ୍ୟରେ ବାନ୍ଧିଦେଇଥିଲେ । ଏହି ଘଟଣା ସମ୍ପର୍କରେ ସୂଚନା ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣା ସ୍ଥଳରେ ଅବିଳମ୍ବେ ପହଞ୍ôଚବା ସହିତ ନିମ୍ନୋକ୍ତ ଚାରି ଅଭିଯୁକ୍ତଙ୍କୁ ଉପରୋକ୍ତ ମାମଲାରେ ଗିରଫ କରିବା ସହିତ ପିଡ଼ିତାଙ୍କୁ ଉଦ୍ଧାର କରି ତାଙ୍କ ବାପାଙ୍କ ଜିମା ଦେଇଥିଲେ । ତଦନ୍ତ କାଳରେ ସମସ୍ତ ଚାରିଜଣ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ । ତଦନ୍ତ ଶେଷରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking